
ବୌଦ୍ଧ: ବିଳାସ ପୁର ଠାରେ ଥିବା ହୋମିଓପାଥିକ ଚିକିତ୍ସା ଲୟ ଚାଲିଛି ଭଗବାନ ଭରସାରେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ସଦର ବିଳାସ ପୁର ଠାରେ ଥିବା ଏକମାତ୍ର ଭରସା ହୋମିଓ ପାଥିକ ଚିକିତ୍ସାଳୟ ରେ ନାହାନ୍ତି ଡାକ୍ତର।ଏହି ଡାକ୍ତରଖାନା ଉପରେ ଆହୁରି ବରଗୋଛା ଓ ସୁଣ୍ଡ୍ଡିପଦର ଦୁଇଟି ପଞ୍ଚାୟତର ଲୋକ ଭରସା କରିଥାନ୍ତି।ସରକାର କୋଟିକୋଟି ଟଙ୍କା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ଖର୍ଚ୍ଚ କରୁଥିବା ବେଳେ କିଛି ଉପରତଲିଆ ଅଫିସର ଓ ରାଜନେତା ମାନଙ୍କ ପାଇଁ ବିପର୍ଯ୍ୟ ହେବାକୁ ବସିଲାଣି ସ୍ବାସ୍ଥ୍ୟ ସମସ୍ୟା। ବର୍ଷା ଋତୁରେ ଥଣ୍ଡା କାଶ ଜ୍ଵର ବଢିବାର ସମ୍ଭାବନା ଥିବା ବେଳେ ଅନ୍ୟପଟେ ପୁଣି କୋରନା ମହାମାରୀ ତାର କାୟା ବିସ୍ତାର କରିବାକୁ ବସିଲାଣି।ଏପରି ଘଡି ସନ୍ଧି ମୁହୂର୍ତ୍ତ ରେ ଡାକ୍ତର ନଥିବା ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷର ନିଆଁ ଜଳୁଛି।ଅସ୍ଥାୟୀ ଭାବରେ ଜଣେ ଡାକ୍ତର ଏହି ଡାକ୍ତରଖାନା କୁ ଆସୁଥିବା ବେଳେ ସେ ଦୀର୍ଘ ପଚାଶ କିମି ନିତିଦିନ ଆସିବା ସମ୍ଭପର ହେଉନାହିଁ।ଅନ୍ୟପଟେ ବର୍ଷା ଦିନରେ ଏବେ ଡାକ୍ତରଖାନା ର ସବୁଆଡେ ପାଣି ଗଲୁଥୁବା ମଧ୍ୟ ଦେଖିବାକୁ ମିଳିଛି।ତେଣୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଗୁହାରି କରିଛନ୍ତି ଜନସାଧାରଣ ଓ ବୁଦ୍ଧିଜୀବୀ।ଏଠାରେ ଦେଖିବାକୁ ବାକି ରହିଲା ଜେ କେବେ ଉକ୍ତ ସମସ୍ୟାର ସମାଧାନ କରୁଛି ବୌଦ୍ଧ ପ୍ରଶାସନ।