mobile header

୧୫ରୁ ୩୯ ବର୍ଷ ଭିତରେ ଯୁବପିଢୀ ମଦ ପିଇଲେ ହୋଇପାରେ ବିଶେଷ କ୍ଷତି । ୪୦ରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କ ପାଇଁ ଦିନକୁ ୧୦ ମିଲିଲିଟର ୱାଇନ୍ ଲାଭଦାୟକ

୧୫ରୁ ୩୯ ବର୍ଷ ଭିତରେ ଯୁବପିଢୀ ମଦ୍ୟପାନ କରିବା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ୪୦ ବର୍ଷ ପରେ କମ୍ ପରିମାଣରେ ମଦ୍ୟପାନ କଲେ ଏହା ଲାଭଦେବାର ସମ୍ଭାବନା ଥାଏ । କେବଳ ୨୦୨୦ ମସିହାରେ ୨୦୪ଟି ଦେଶର ୧୩୪ କୋଟି ଲୋକ ଅଧିକ ପରିମାଣର ମଦ ପିଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏମାନଙ୍କ ଭିତରେ ୫୯ ପ୍ରତିଶତ ହେଉଛନ୍ତି ୧୫ରୁ ୩୯ ବର୍ଷ ମଧ୍ୟରେ ଥିବା ଯୁବପିଢୀ ।

ଲାନସେଟ୍ ରିପୋର୍ଟରେ କୁହାଯାଇଛି ୪୦ ବର୍ଷରୁ ଅଧିକ ବୟସ୍କ ଲୋକେ ଦିନକୁ ମାତ୍ର ୧୦ ମିଲିଲିଟର ୱାଇନ୍ ପିଇପାରିବେ । ଏହାଦ୍ୱାରା ହାର୍ଟ ଡିଜିଜ୍, ହାର୍ଟଷ୍ଟ୍ରୋକ କମିବାର ସମ୍ଭାବନା ଥାଏ । ସେହିପରି ଦିନକୁ ବିୟର ପିଇଲେ ଏହାର ପରିମାଣ ୧୦୦ ମିଲିଲିଟରରୁ ଅଧିକ ହେବା କଥା ନୁହେଁ । ଆମେରିକା ସ୍ଥିତ ୱାଶିଂଟନ୍ ସ୍କୁଲ ଅପ୍ ମେଡିସିନର ବିଶେଷଜ୍ଞ ମାନେ କହିଛନ୍ତି ମଦ୍ୟପାନର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ୍ । ଜଣେ ୪୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦିନକୁ ୧୦ ମିଲିଲିଟର ଅର୍ଥାତ୍ ୨ ଚାମଚ୍ ୱାଇନ୍ ପିଇପାରିବେ । ସେହିପରି ବିୟରର ପରିମାଣ ୧୦୦ ମିଲିଲିଟରରୁ ଅଧିକା ହେବା ଉଚିତ୍ ନୁହେଁ ।

ବିଟ୍ରେନର ଆଲକୋହଲ ନିୟନ୍ତ୍ରଣ ସଂସ୍ଥାର ଚିଫ୍ ଏଗଜିକ୍ୟୁଟିବ୍ ଅଫିସର କହିଛନ୍ତି ଅଧିକ ପରିମାଣର ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେ କହିଛନ୍ତି, ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି, ତେବେ ଆଦୌ ମଦ୍ୟପାନ କରନ୍ତୁ ନାହିଁ ।

Leave A Reply

Your email address will not be published.