ଆଶ୍ରମ ସ୍କୁଲ ଛାତ୍ର ର ମୃତ୍ଯୁ, ଚିକିତ୍ସା ରେ ଅବହେଳା ଅଭିଯୋଗ

ଫୁଲବାଣୀ 17/07

କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲ ର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଙ୍କ ମୃତ୍ଯୁ ଘଟିଛି l
ମୃତ୍ଯୁ ବରଣ କରିଥିବା ଛାତ୍ରଜଣଙ୍କ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କଂହର । ମୃତ୍ଯୁ ର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଫୁଲବାଣୀ ମେଡିକାଲ ରେ ପହଂଚିଵା ପୂର୍ବରୁଛାତ୍ର ର ମୃତ୍ଯୁ ହୋଇସାରିଥିଵା କୁହାଯାଉଛି l
ତେଵେ, ସମ୍ପୃକ୍ତ ସ୍କୁଲ କତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବାପରେଚିକିତ୍ସା ପାଈଁ ପ୍ରଥମେ ଗୋଛାପଡା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନା ରେ ଭର୍ତିକରାଯାଇଥିଲାl ତେବେ ଡାକ୍ତର ମୃତ୍ଯୁ ଘୋଷଣା କରିଥିଲେ l
ଚିକିତ୍ସା ରେ ଅବହେଳା ଯୋଗୁଁ ଛାତ୍ର ର ମୃତ୍ଯୁ ଘଟିଥିବା ମୃତ ଛାତ୍ର ର ବାପା ବଡା କହଁର ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.