ଉପ ଡାକଘରରେ ସେବାମିଳୁନି , ବଢୁଛି ଜନ ଅସନ୍ତୋଷ


ଫୁଲବାଣୀ ୧ ୯/୦୭ କେନ୍ଦ୍ର ସରକାର ଜନସାଧାରଣଙ୍କ ଆବଶ୍ଯକତା ଉପଲବ୍ଧ କରି ଗ୍ରାମାଞ୍ଚଳରେ ଉପଯୁକ୍ତ ଆଉ ହାତପାହାନ୍ତାରେ ସେବା ପାଇବା ପାଇଁ ମୁଖ୍ଯ ଡାକଘର ସହିତ ଉପ ଡାକଘର ବ୍ଯବସ୍ଥା କରିଛନ୍ତି। କିନ୍ତୁ ଦାଇତ୍ୱ ରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ଜନସାଧାରଣ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ରାଇକିଆ ଉପଡାକ ଘରେ। ଅବ୍ଯବସ୍ଥା ରେ ଚାଲିଛି ଡାକଘର।
କେତେବେଳେ ରେଭିନ୍ୟୁ ଷ୍ଟାମ୍ପ ମିଳୁନି ତ କେତେବେଳେ ଆଇ.ପି.ଓ. ମିଳୁନି ଏବଂ କେତେବେଳେ ଲିଙ୍କ ରହୁନି । ଏମିତି ବାହାନା କରି ଲୋକଙ୍କୁ ହଇରାଣ କରାଯାଉଛି।ଯଦି କେହି ଶାଖା ମୁଖ୍ୟଙ୍କୁ ଏ ବାବଦରେ ପଚାରନ୍ତି ତ ସେ ବହୁତ ଖରାପ ବ୍ୟବହାର କରନ୍ତି। ଏହି ଡାକଘର ଅବ୍ୟବସ୍ଥା ବିଷୟରେ ଯେତେବଳେ ଜିଲ୍ଲା ଡାକ ଘର ମୁଖ୍ୟ (ସୁପରିଟେଣ୍ଡେଣ୍ଟ) ଙ୍କୁ ଫୋନ ଯୋଗେ ଏହି ବିଷୟରେ ପଚାରିବାରୁ ତାଙ୍କ ଠାରୁ ମଧ୍ଯ ସନ୍ତୋଷ ଜନକ ଉତ୍ତର ମିଳିନୁ। ଏ ବିଷୟ ରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଏମିତି ରେ ଦିନକୁ ଦିନ ଜନ ଅସୋନ୍ତୋଷ ବଢିବାରେ ଲାଗିଛି। ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ହଜାର ହଜାର ଲୋକ ଉପକୃତ ହୋଇପାରିବେ।

Leave A Reply

Your email address will not be published.