
ଭୁବନେଶ୍ୱର, ୧୯/୦୭: ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ କେନ୍ଦ୍ର ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍
ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ମିଳିତ ଆନୁକୂଲ୍ୟରେ ଜୁଲାଇ ୧୮ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏକ ୧୦ ଦିନିଆ
ରାଜ୍ୟସ୍ତରୀୟ ଟୁରିଷ୍ଟ ଗାଇଡ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।
ଗତ ସୋମବାର ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍
ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଏବଂ ଆଇଆଇଟିଟିଏମ୍ର ଉପଦେଷ୍ଟାମଣ୍ଡଳୀର ସଦସ୍ୟ ପ୍ରଫେସର ଶିତିକଣ୍ଠ ମିଶ୍ର
ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଆଇଆଇଟିଟିଏମ୍ ଭୁବନେଶ୍ୱର ଶାଖାର ନୋଡାଲ୍ ଅଫିସର ଡକ୍ଟର ମହମ୍ମଦ ସବିର ହୁସେନ୍,
ଅଧ୍ୟକ୍ଷା, ପ୍ରଶିକ୍ଷଣ ଡକ୍ଟର ଆଦ୍ୟଶା ଦାସ, ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ସ୍ୱାଜନ ପ୍ରମୁଖ ଉପସ୍ଥିତ ଥିଲେ ।
ଉଦ୍ଘାଟନ କରିବା ଅବସରରେ ପ୍ରଫେସର ମିଶ୍ର ପର୍ଯ୍ୟଟନ ଶିଳ୍ପରେ ଗାଇଡମାନଙ୍କର ଭୂମିକା, ସେମାନଙ୍କୁ ନୂତନ
ଜ୍ଞାନକୌଶଳ ପ୍ରଦାନ ଏବଂ କୋଭିଡ ପରବର୍ତୀ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଡକ୍ଟର ହୁସେନ୍ ଏହି ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ତାଙ୍କ ଅନୁଭୂତି ସମ୍ପର୍କରେ ବଖାଣି
ଥିଲେ । ଡକ୍ଟର ଦାସ ଆଇଆଇଟିଟିଏମ୍ ଭୁବନେଶ୍ୱର ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ
ରଖିଥିଲେ । ସେହିପରି ଡକ୍ଟର ସ୍ୱାଜନ୍ ପର୍ଯ୍ୟଟନର ନୀତିନିୟମ ସମ୍ପର୍କରେ ମତ ରଖିଥିଲେ ।
ଆଇଆଇଟିଟିଏମ୍ର ଫ୍ୟାକଲ୍ଟି ଶ୍ରୀମତି ସରିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।