
ଫୁଲବାଣୀ ୧ ୯ /୭
ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଆଜି ଏକ ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଘଟଣାର ୮ ଜଣ ସାଖି,ଡାକ୍ତରୀ ରିପୋର୍ଟ,ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାର ରେ ମାମଲାର ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହି ର ସିପୁ ବେହେରା
(୩ ୧ )କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୨0ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଆଦାୟ ତାକୁ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଗତ ୨୦୧୫ ମସିହା ମେ ୧୯ ତାରିଖ ରେ ପିଡିତlଙ୍କୁ ଅପହରଣ କରି ଫୁଲବାଣୀ ଆଣି ଗୋଟିଏ ଘରେ ରଖିଥିଲା। ସେଠାରେ ଅଭିଯୁକ୍ତସିପୁ ପିଡିତାଙ୍କ ଇଛା ବିରୁଦ୍ଧରେ ତା ସହିତ ଦୁସ୍କର୍ମ କରୁଥିଲା। ପିଡିତା ଏହି ସଂକ୍ରାନ୍ତରେ ପରେ ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା43//15 ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜିମଙ୍ଗଳବାର ବିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତିl