କବିତା ହତ୍ୟା ମାମଲାରେ ଦୋଷୀ କୁ ଗିରଫ ଦାବୀ ରେ ଏବିଭିପି ର ବିଶାଳ ରା଼ଲୀ ଓ ବିକ୍ଷୋଭ

ଫୁଲବାଣୀ 21/07

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡା ର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣା ରଅତିଶୀଘ୍ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାଦାବୀ କରି ଆଜି ଗୁରୁବାର ଏବିଭିପି ପକ୍ଷରୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ମଦୀକୁନ୍ଦl ଛକ ରୁଏକ ବିଶାଳ ଶୋଭାଯାତ୍ରା ରେ ବାହାରି ମୁଖ୍ୟରାସ୍ତା ଦେଇ ଏସପି ଅଫିସ ଆସି ଘେରାଉ କରିଥିଲେ l ଜିଲ୍ଲା ମୂଖ୍ୟ ଶିବାଶିଷ ପଣ୍ଡା ଓ -ସଂଯୋଜିକା ରାଜନନ୍ଦୀନି ସାହାଣୀ ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲା ର ବିଭିନ ଅଂଚଳ ରୁ ଆସି କଲେଜ ଛାତ୍ର ଛାତ୍ରୀ ମାନେ ସରକାର ଓ ପୋଲିସ ବିରୋଧୀ ସ୍ଲୋଗାନ ଦେଇ ଥିଲେ l ଏସ ପି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ l
ସେହିପରି କବିତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଜାଣିଶୁଣି ଦୋଷୀ ଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତିଏବିଭିପି ଜିଲା ମୁଖ୍ୟ ଶିବାଶିଷ ପଣ୍ଡା l
ଅନ୍ୟ ମାନଙ୍କ ମଧ୍ୟରେ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଙ୍କ ସମେତ ବହୁ ଏବିଭିପି ସଂଗଠନ କର୍ମୀ ମାନେମଧ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.