xmas

ଚିତ୍ରକୋଣ୍ଡା ଏସଡିପିଓ ନାମରେ ଥାନାରେ ଏତଲା

ମାଲକାନଗିରି,୨୬/୭ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ୍ଡିପିଓ ଙ୍କ ଗୁଣ୍ଡାରାଜ ନେଇ ଏବେ ଆହୁରି ନିଆଁ କୁହୁଳିବାରେ ଲାଗିଛି।ଗତ ଜୁନ ୭ ତାରିଖରେ ଆର ଏସ ସି-୧୩ ଗ୍ରାମରେ ରାତି ଅଧରେ ଚଢ଼ାଉ କରି ମହିଳାମାନଙ୍କୁ ନିର୍ଦ୍ଜୁମ ମାଡ଼ ମାରିବା ଘଟଣାରେ ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ନାମରେ ପ୍ରଥମେ ଏସଡ଼ିଜେଏମ୍ କୋର୍ଟରେ ଏତଲା ଦିଆଯାଇଥିବା ବେଳେ ଏବେ କୋର୍ଟ ଚିତ୍ରକୋଣ୍ଡା ଥାନାକୁ ଶ୍ରୀ ଦ୍ବିବେଦୀ ନାମରେ କେଶ ରୁଜୁ କରିବା ନେଇ ନିର୍ଦ୍ଧେଶ ଦେଇଛନ୍ତି।୧୦ ତାରିଖରେ ଆଦିବାସୀ ଗର୍ଭବତୀ ମହିଳା ଏବଂ ବୁଦ୍ଧା ମହିଳା ମାନଙ୍କୁ ବିନା ଦୋଷ ମାଡ଼ ଖାଇଥିବା ଘଟଣାକୁ ନେଇ ମାନ୍ୟବର ଏସ ଡି ଯେ ଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଣୁ ମାନ୍ୟବର କୋର୍ଟ ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ଙ୍କ ନାଁ ରେ ଏତେଲା ଦାୟର କରିବାକୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ତାଙ୍କ ନାଁ ରେ ଆଇ ପି ସି ଧାରା ୨୯୪,୩୨୩,୫୦୬,୩୫୪,୪୫୮,୪୬୦ ଏବଂ ୩୪ ଏବଂ ଏସସି/ଏସ୍ଟି ଆଇନ ଅନୁଯାୟୀ ଶ୍ରୀ ଦ୍ବିବେଦୀଙ୍କ ବିରୋଧରେ ଦଫା ଲାଗିଥିବା ଜଣାପଡିଛି

Leave A Reply

Your email address will not be published.