xmas

ନକ୍ସଲ ପ୍ରବଣ ଲାଖପଦର ଗାଁରେ ଜିଲ୍ଲାପାଳ, ଏସ୍‌ପି

ଲାଲଗଡ଼ରେ ଲାଲ୍‌ ବାହିନୀର ନାଲି ଆଖିକୁ ଖାତିର ନାହିଁ। ସମସ୍ତଙ୍କୁ ଚକିତ କରିଛନ୍ତି ଜିଲ୍ଲାପାଳ ମାଡାମ୍‌ ଓ ଏସ୍‌ପି। ଅଚାନକ ଉଭୟ ଲାଲ୍‌ଗଡ଼ର ହାର୍ଟରେ ପାଦ ପକାଇଛନ୍ତି। ଦିନେ ଯେଉଁ ଗାଁକୁ ଅଧିକାରୀ ଯିବାକୁ ସାହସ କରିପାରୁନଥିଲେ ଆଜି ସେଠି ପାଦ ପକାଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ଏସ୍‌ପି ବିବେକାନନ୍ଦ ଶର୍ମା। ଖାଲି ପାଦ ପକାଇ ନାହାନ୍ତି, ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ମାଣ୍ଡିଆ ଜାଉ ପିଇଛନ୍ତି।ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ମାଣ୍ଡିଆ ଜାଉ ପିଉଛନ୍ତି ଜିଲ୍ଲାପାଳ ଓ ଏସ୍‌ପିକଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ପାହାଡ଼ ଶିଖରରେ ରହିଛି ପାରସାଲୀ ପଞ୍ଚାୟତ ଲାଖପଦର ଗାଁ। ନକ୍ସଲଙ୍କ ଚରା ଭୂମି ଭାବେ ବେଶ୍‌ ପରିଚିତ ଏହି ଅଞ୍ଚଳ। ଆଜି ପର୍ଯ୍ୟନ୍ତ ସେହି ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ପାରିନାହାନ୍ତି। ନକ୍ସଲଙ୍କ ଭୟ କିମ୍ୱା ଅନ୍ୟ କୌଣସି କାରଣ ହୋଇପାରେ ଅଧିକାରୀମାନେ ଉକ୍ତ ଗାଁକୁ ଯିବା ପାଇଁ ସାହସ କରିପାରୁ ନ ଥିଲେ। ଗାଁ ଲୋକେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଯୋଜନାର ଅର୍ଥ ଗ୍ରହଣ କରୁନଥିଲେ।ଡଙ୍ଗରିଆ କନ୍ଧ ମହିଳାଙ୍କ ସହିତ ବସିଛନ୍ତି ଜିଲ୍ଲାପାଳଏବେ କିନ୍ତୁ ବଦଳିଛି ସମୟ ଓ ଚିତ୍ର। ବହୁ ବାଧା ବିଘ୍ନ ସତ୍ତ୍ୱେ ଗାଁକୁ ରାସ୍ତା ଖଣ୍ଡିଏ ହୋଇଛି। ହେଲେ ନକ୍ସଲଙ୍କ ଗତିବିଧି କମିନି। ଏବେବି ସେହି ଅଞ୍ଚଳରେ ଘୂରି ବୁଲୁଛନ୍ତି ନକ୍ସଲ। ଗତ ୨୮ ତାରିଖରୁ ନକ୍ସଲମାନେ ସହିଦ୍‌ ସପ୍ତାହ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଆଜି ଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ଏସ୍‌ପି ବିବେକାନନ୍ଦ ଶର୍ମା ଲାଖପଦର ଗାଁରେ ପହଞ୍ଚିଛନ୍ତି। ସେମାନେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ସାଧାରଣ ଲୋକଙ୍କ ଭଳି ଜିଲ୍ଲାପାଳ ଡଙ୍ଗରିଆ କନ୍ଧଙ୍କ ପିଣ୍ଡାରେ ତଳେ ବସିଥିବା ବେଳେ ଏସ୍‌ପି ଜଣେ ପିଲାକୁ ଧରି ବସିଥିବା ଦେଖିବାକୁ ମିଳିଛି। ଏପରିକି କନ୍ଧଙ୍କ ହାତ ତିଆରି ମାଣ୍ଡିଆ ଜାଉ ପିଇଛନ୍ତି।ପିଣ୍ଡାରେ ବସିଛନ୍ତି ଜିଲ୍ଲାପାଳ ଓ ଏସ୍‌ପିଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ଏସ୍‌ପି ବିବେକାନନ୍ଦ ଶର୍ମା ଲାଖପଦର ଗାଁ ବୁଲିଥିବା ବେଳେ ଫଟୋ ଉଠାଇଥିଲେ। ପରେ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକକା ଲଦ, ଯୁବ ସଭାପତି ସମ୍ବା କୁଲୁସିକା ଓ ଡ୍ରିଞ୍ଜ ଶିକକାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ହଠାତ୍‌ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଲାଖପଦର ଗାଁକୁ କଣ ପାଇଁ ଗସ୍ତ କଲେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏପରିକି ଜିଲ୍ଲାପାଳ ମଧ୍ୟ ଏନେଇ କିଛି କହିବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।ପ୍ରଶାସନ ପକ୍ଷରୁ ଡଙ୍ଗରିଆ କନ୍ଧଙ୍କ ତରଫରୁ ସାହାୟତା ପ୍ରଦାନ କରାଯାଉଛିଲାଖପଦର ଗାଁ ଡ୍ରିଞ୍ଜ ଶିକକାଙ୍କ କହିବା ଅନୁସାରେ ଗୋଟିଏ ବୋଲେରୋ ଓ ୨୫ଟି ବାଇକ୍‌ରେ ଜିଲ୍ଲାପାଳ ଏବଂ ଏସ୍‌ପି ଆସିଥିଲେ। ଏସ୍‌ପି ବାଇକ୍‌ ଚଲାଉଥିବା ବେଳେ ଜିଲ୍ଲାପାଳ ପଛରେ ବସିଥିଲେ। ସେମାନେ ଗାଁ ବୁଲିଲା ବେଳେ କିଛି ସାମଗ୍ରୀ ମାଣ୍ଟି ଥିଲେ। ମାତ୍ର ଗାଁ ଲୋକେ ପ୍ରଶାସନର କୌଣସି ସାମଗ୍ରୀ ଗ୍ରହଣ କରିନଥିଲେ ବୋଲି ଡ୍ରିଞ୍ଜ ଶିକକା କହିଛନ୍ତି।

Leave A Reply

Your email address will not be published.