ସାମ୍ବାଦିକଙ୍କୁ ପୁଲିସର ବେଡି ପକାଇବା ଘଟଣା.. ମାଲକାନଗିରି ସାମ୍ବାଦିକ ସଂଘ ର ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବିପତ୍ର


ମାଲକାନଗିରି,୮/୪: ବାଲେଶ୍ବର ଜିଲ୍ଲାର ନୀଳଗିରି ପୁଲିସର ସାମ୍ବାଦିକଙ୍କ ପ୍ରତି ବର୍ବରତା ଏବଂ କ୍ରିମିନାଲ ଭଳି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ପକାଇବାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଇଥିବା ବେଳେ ମାଲକାନଗିରି ୟୁନିଅନ ଓଫ ଯୋର୍ଣାଲିଷ୍ଟ ଏବଂ ଉତ୍କଳ ସାମ୍ୱାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିଙ୍କୁ ଜିଲ୍ଲାପାଳ ଏବଂ ଏସପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଉଭୟ ସଂଘ ମିଳିତ ଜିଲ୍ଲାପାଳ ବିଶାଲ ସିଂ ଏବଂ ଏସପି ନିତିଶ ଵାଧଵାନିଙ୍କୁ ଭେଟି ସମ୍ବାଦର ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅନ୍ୟାୟ ସଂପର୍କରେ ଅଭିଯୋଗ କରିବା ସହ ନୀଳଗିରି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ପ୍ରକାଶ ଥାଉକି ନୀଳଗିରି ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କ ସହ ଜଣେ ହୋମଗାର୍ଡଙ୍କ ମଧ୍ୟରେ ଦୁର୍ଘଟଣା ହୋଇଥିଲା।ଏହି ଦୁର୍ଘଟଣା ଘଟଣାସ୍ଥଳରେ ହିଁ ସମାଧାନ ହୋଇଯାଇଥିଲା।କିନ୍ତୁ ନୀଳଗିରି ପୁଲିସ ଜାଣିଶୁଣି ସାମ୍ବାଦିକଙ୍କୁ ହଇରାଣ କରିବା ପାଇଁ ତାଂକୁ ଜବରଦସ୍ତ ଘରୁ ଉଠାଇ ଆଣିବା ସହ ଥାନାରେ ନିର୍ଯାତନା ଦେବା ଏବଂ ନକ୍ସଲ କିମ୍ବା ସନ୍ତ୍ରାସବାଦୀଙ୍କ ଭଳି ଗୋଡରେ ବେଡି ପକାଇ ଡାକ୍ତରଖାନାରେ ରଖିବା କେତେଦୁର ଯୁକ୍ତିଯୁକ୍ତ ବୋଲି ସାରା ରାଜ୍ୟର ସାମ୍ବାଦିକ ଏବେ ପୁଲିସକୁ ପ୍ରଶ୍ନ କରିଛି।ଏହି ଘଟଣାରେ ଯେଉଁ ପୁଲିସ ଅଧିକାରୀମାନେ ସାମିଲ ରହିଛନ୍ତି ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।ସାମ୍ବାଦିକ ଶ୍ରୀ ଦଳେଇ ଜିଲ୍ଲାରେ ହେଉଥିବା ଡ୍ରଗସ୍,ବାଲି ଚୋରାଚାଲାଣ ଏବଂ ପଥର ଚୋରା ଚାଲାଣ ଉପରେ ଖବର ପ୍ରକାଶ କରିଥିବାରୁ ପୁଲିସର ନିନ୍ଦା ହୋଇଥିଲା।ଯାହାଫଳେ ପୁଲିସ ଏନେଇ ସାମ୍ବାଦିକଙ୍କ ଉପରେ ରାଗ ରଖିଥିଲା।ତେବେ ମାଲକାନଗିରି ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି ଯେ ଯଦି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ବରିଷ୍ଟ ସାମ୍ୱାଦିକ ଦେବ ପ୍ରସାଦ ଦାସ,ଜିତେନ୍ଦ୍ର ବେଉରା,ଗୋପୀ କୃଷ୍ଣ ପଟ୍ଟନାୟକ,ଦେବ ବ୍ରତ ସେନା,ଦୁର୍ଯ୍ୟଧନ ପାତ୍ର,ସତ୍ୟ ନାରାୟଣ ପଣ୍ଡା ,ମନୋଜ ମହାନ୍ତି
ସତ୍ୟନାରାୟଣ ଦାସ, ଶ୍ରୀନିବାସ ପାତ୍ର ସହ ଶତାଧିକ ସାମ୍ୱାଦିକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.