xmas

ଅତାବିରା ରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ ।ଗୋଟିଏ ମଞ୍ଚରେ ଯୋଗ ଦେଲେ ଦୁଇ ପଦ୍ମଶ୍ରୀ

ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା।ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠା କାର ପର୍ବପର୍ବାଣି ଜାନି ଯାତରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ଓଡିଶା ମାଟିରେ।ଧନୁଯାତ୍ରା,ଶିତଲ ଶଷ୍ଠୀ, ନୁଆଖାଇ,ପୁସପୁନି ପରି ପ୍ରସିଦ୍ଧ ମୁଖ୍ୟ ମୁଖ୍ୟ ଉତ୍ସବ ପାଇଁ ଏ ମାଟି ଗର୍ବିତ।ଏହି ପରିପ୍ରେଷୀରେ ବରଗଡ ଜିଲ୍ଲା ଅତାବିରା ଠାରେ ସାମାଜିକ ଅନୁଷ୍ଠାନ ଆମ ପରିବାର ତରଫରୁ ସମ୍ବଲପୁରୀ ଦିନକୁ ଖୁବ ଧୁମଧାମରେ ପାଲନ କରାଯାଇଛି । ପ୍ରଥମେ ମାଁ ସମଲେଇ ଓ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ଧୁପ ଦିପ ପୁଷ୍ଷ ଅର୍ପଣ ପୂର୍ବକ ଅତାବିରା ଅଗ୍ରସେନ ଭବନ ଠାରେ ଅପରାହ୍ନ ୩ ଟା ସମୟରେ “ଆମ ପରିବାର” ର ବରିଷ୍ଟ ସାମ୍ବାଦିକ ନବିନ ଦାଶଙ୍କ ସଭାପତିତ୍ୱରେ ଲରମ୍ଭାର ଓଡିଆ ଅଧ୍ୟାପକ ଅଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପଦ୍ମଶ୍ରୀ ଲୋକକବି ରତ୍ନ ଡକ୍ଟର ହଲଧର ନାଗ,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ,ମିସେସ ଓଡିଶା ୨୦୨୨ ର ବିଜେତା ମାମି ଦାଶ,କଣ୍ଠଶିଲ୍ପି ଜିତେନ୍ଦ୍ରୀୟ ବଢେଇ,ମୁଗ୍ଧା ଦାଶ,ବ୍ୟଙ୍ଗକବି ଦେବେନ୍ଦ୍ର ସାହୁ, ଆକାଶବାଣୀର କଣ୍ଠଶିଲ୍ପି ଶିବଶଙ୍କର ପ୍ରଧାନ,ବରଗଡ ଜିଲ୍ଲା ସଂସ୍କୃତି ଅଧିକ୍ଷକ ସନ୍ତ୍ରାସ ନାରାୟଣ ପଣ୍ଡା ଙ୍କ ସହ ଅବସର ପ୍ରାପ୍ତ ଶିକ୍ଷକ କୈଲାସ ମହାରଣା,ମାମିନା ଖାତୁନ୍ ପ୍ରମୁଖ ଯୋଗ ଦେଇଥିଲେ।ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ଉପରେ ଏହି ଉତ୍ସବରେ ବିଶେଷ ଭାବେ ଚର୍ଚ୍ଚା ହେବା ସହ ବୋଧନ ସାଂସ୍କୃତିକ ଅନୁଷ୍ଠାନ(ତୋରା),ପାରମ୍ପରିକ ଲୋକକଲା ଓ ସାଂସ୍କୃତିକ ଅନୁଷ୍ଠାନ,କୁଠି ଶାଲ (ଅତାବିରା) ତରଫରୁ ନୃତ୍ୟ ଗିତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ବରଗଡ ଜିଲ୍ଲା ସଂସ୍କୃତି ବିଭାଗର ଉପ ସଭାପତି ଅମୃତ କୁମାର ବାରିକ,ନାଟ୍ୟକାର ମନୋଜ ଭୋଇ ଏବଂ ଶଙ୍କର ବାରିକ।ଏହା ଛଡା ଅତାବିରା ବ୍ଲକର ମାଁ ମେଟାକାନି ସ୍ୱୟଂ ସହାୟକ ଗୋଷ୍ଠୀ,ଗିରିଜା ଅତାବିରା,ଗାୟତ୍ରୀ,ଶ୍ରୀ ସୌଭାଗ୍ୟ ଲକ୍ଷ୍ମି ,ସୁଭଦ୍ରା ପରି ୬ ଟି ଏସ ଏସ ଜି ଦଲ ର ମହିଲା ମାନେ ନିଜ ହାତ ତିଆରି ପାରମ୍ପାରିକ ପିଠାପଣା ଆଣି ଏଠାରେ ପ୍ରଦର୍ଶନ କରିଥିଲେ।ଶେଷରେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.