ଅସ୍ତ୍ରୋପଚାର ବେଳେ ଗାଈ ପେଟରୁ ବାହାରିଲା ୧୫କିଗ୍ରା ପଲିଥିନ

ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଛି ୧୫ କିଗ୍ରା ଓଜନର ପଲିଥିନ। ଗାଈଟି ଅସୁସ୍ଥ ଥିବାରୁ ତା ପେଟ ଅସ୍ତ୍ରୋପଚାର ବେଳେ ଏହି ଆବର୍ଜନା ସବୁ ବାହାର କରାଯାଇଛି । ଏହି ଗାଈଟି ବ୍ରହ୍ମପୁର କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟାନଗର ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଖବରପାଇ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରିଥିଲେ । ତୁରନ୍ତ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପେଟର ଅସ୍ତ୍ରୋପଚାର କରିଥିଲେ । ଆଉ ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୧୫ କିଗ୍ରା ଓଜନର ପଲିଥିନ ଗୁଳା ବାହାରିଥିଲା । ରାଜ୍ୟରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । ହେଲେ ଅଧିକାଂଶ କିଣାବିକାରେ ପଲିଥିନ ଦେଖିବାକୁ ମିଳୁଛି । ଯାହା କାରଣରୁ ପଶୁଙ୍କୁ ଏଭଳି କଷ୍ଟ ସହିବାକୁ ପଡୁଛି ବୋଲି ଲାଲାଟେନ୍ଦୁ କହିଛନ୍ତି ।

Leave A Reply

Your email address will not be published.