mobile header

ଦୁନିଆର ସବୁଠୁ ଲୋକପ୍ରିୟ ନେତା ହେଲେ ମୋଦୀ, ବାଇଡେନଙ୍କୁ ପଛରେ ପକାଇଲେ

ନିଜ ଲୋକଙ୍କ ପ୍ରତି ସମର୍ପଣ ଏବଂ ପଡୋଶୀଙ୍କ ସହ ଉତ୍ତମ ବନ୍ଧୁତା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵ ସ୍ତରରେ ଜଣେ ମଜବୁତ ନେତା ଭାବେ ସାମ୍ନାକୁ ଆସିଛନ୍ତି। ମୋଦୀଙ୍କ ଛବି ଦିନକୁ ଦିନ ଆହୁରି ବଳିଷ୍ଠ ହେବାରେ ଲାଗିଛି। ଆଜି ମୋଦୀ ବିଶ୍ଵର ସମସ୍ତ ବଡ ବଡ ନେତାଙ୍କୁ ପଛରେ ପକାଇ ସବୁଠୁ ଲୋକପ୍ରିୟ ନେତା ହେବାର ଗୌରବ ଅର୍ଜନ କରିଛନ୍ତି।

ଯୁଦ୍ଧକାଳରେ ଯେଉଁଠି ଦୁନିଆର ସମସ୍ତ ନେତାଙ୍କ ଲୋକପ୍ରିୟତା କମିଥିବା ବେଳେ ସେହି ସମୟରେ ମୋଦୀଙ୍କ ବଢି ଚାଲିଛି। ଆମେରିକା ଡାଟା ଇଣ୍ଟେଲିଜେନ୍ସ ଫର୍ମ ‘ଦ ମର୍ଣ୍ଣିଂ କନସଲ୍ଟ’ର ସର୍ଭେ ଅନୁଯାୟୀ, ମୋଦୀ ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମେତ ଦୁନିଆର ୧୨ ରାଷ୍ଟ୍ର ପ୍ରମୁଖଙ୍କୁ ପଛରେ ପକାଇଛନ୍ତି। ଜାନୁଆରୀରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ବଢି ୭୭ ପ୍ରତିଶତରେ ପହଞ୍ଚିଛି।

ବଢିଲା ଦୁନିଆର ଭରସା

ବିଶ୍ଵ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦୁନିଆର ବଡ ବଡ ନେତାଙ୍କ ଆପ୍ରୁଭାଲ ରେଟିଂ ୪୦ ରୁ ୪୨ ପ୍ରତିଶତରେ ଅଟକି ରହିଛି। କିନ୍ତୁ ମୋଦୀ ୭୭ ପ୍ରତିଶତ ରେଟିଂ ସହିତ ଦୁନିଆର ପ୍ରଥମ ପସନ୍ଦର ନେତା ପାଲଟିଛନ୍ତି। ପୁଣି ସେହି ସମୟରେ ମୋଦୀଙ୍କୁ ଏହି ଉପଲବ୍ଧି ମିଳିଛି ଯେଉଁ ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଦୁନିଆର ବଡ ବଡ ନେତା ଆଣ୍ଠେଇ ପଡିଛନ୍ତି।

ମର୍ଣ୍ଣିଂ କନସଲ୍ଟ

ମର୍ଣ୍ଣିଂ କନସଲ୍ଟ ନିୟମିତ ଭାବେ ବିଶ୍ଵ ନେତାଙ୍କ ରେଟିଂ ଉପରେ ନଜର ରଖିଥାଏ। ଏହା ବର୍ତ୍ତମାନ ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ, ବ୍ରିଟେନ୍ ଓ ଆମେରିକାରେ ସରକାରୀ ନେତାଙ୍କ ପାଇଁ ଆପ୍ରୁଭାଲ ରେଟିଂକୁ ଟ୍ରାକ କରିଥାଏ।

ନରେନ୍ଦ୍ର ମୋଦୀ (ଭାରତ)- ୭୭ ପ୍ରତିଶତ

ଆଣ୍ଡ୍ରେସ ମାନୁଆଲ ଲୋପେଜ ଓବ୍ରେଡର(ମେକ୍ସିକୋ)- ୬୩ ପ୍ରତିଶତ

ମାରିଓ ଡ୍ରାଗି(ଇଟାଲୀ)- ୫୪ ପ୍ରତିଶତ

ଓଲାଫ ସ୍କୋଲଜୋ(ଜର୍ମାନୀ)- ୪୫ ପ୍ରତିଶତ

ଫୁମିଓ କିଶିଦା- ୪୨ ପ୍ରତିଶତ

ଜଷ୍ଟିନ ଟ୍ରୁଡୋ(କାନାଡା)- ୪୨ ପ୍ରତିଶତ

ଜୋ ବାଇଡେନ(ଆମେରିକା)- ୪୧ ପ୍ରତିଶତ

ଇମାନୁଏଲ ମାକ୍ରୋନ(ଫ୍ରାନ୍ସ)- ୪୧ ପ୍ରତିଶତ

ବୋରିସ ଜନସନ(ବ୍ରିଟେନ)- ୩୩ ପ୍ରତିଶତ

Leave A Reply

Your email address will not be published.