xmas

୧୦ ଟଙ୍କା ଦିଅ, ଭୋଟ୍ ଦିଅ

ଦଶ ଟଙ୍କା ଦିଅନ୍ତୁ ଏବଂ ଡଙ୍ଗା ଚିହ୍ନରେ ଭୋଟ ଦିଅନ୍ତୁ । ଦୁର୍ନୀତି ମୁକ୍ତ ଭୁବନେଶ୍ୱର ଗଢିବା ପାଇଁ ରାଜଶ୍ରୀ ବିଶ୍ୱାଳଙ୍କୁ ଭୋଟ ଦିଅନ୍ତୁ । ଏଭଳି ପ୍ରଚାର ସମସ୍ତଙ୍କୁ ବିସ୍ମୟ କରୁଥିବ ନିଶ୍ଚୟ । କାରଣ ପ୍ରଚାରରେ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କା ଉଡୁଛି, ସେତେବେଳେ ଲୋକଙ୍କଠୁ ଅର୍ଥ ନେଇ ନିର୍ବାଚନ ଲଢିବା ନିଶ୍ଚିତ ଭାବରେ ଏହା ଏକ ଆଶ୍ଚର୍ଯ୍ୟର କଥା । ଆଉ ଏଭଳି ନିଆରା ପ୍ରଚାର ଦେଖିବାକୁ ମିଳିଛି ଭୁବନେଶ୍ୱରର ମେୟର ପ୍ରାର୍ଥିନୀ ରାଜଶ୍ରୀ ବିଶ୍ୱାଳଙ୍କଠାରେ । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଥିବା ବେଳେ କିଛି ବନ୍ଧୁ ଓ ଉଦାର ବ୍ୟକ୍ତିଙ୍କ ସହାଯ୍ୟ ସହଯୋଗରେ ନିର୍ବାଚନକୁ ଓହ୍ଲାଇଛନ୍ତି ରାଜଶ୍ରୀ ।

Leave A Reply

Your email address will not be published.