mobile header

ବାଘୁଣୀ ରୁପାର ଧଳା ଶାବକ ମୃତ, ୨୮କୁ ଖସିଲା ମୋଟ ବାଘଙ୍କ ସଂଖ୍ୟା

ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ହୋଇଛି । ଶାବକଟି ୧୦ ଦିନର ହୋଇଥିଲା । ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା । ତାର ପେଟ ଫମ୍ପେଇବା ସହିତ ଠିକରେ ଖାଦ୍ୟ ହଜମ ହୋଇନଥିଲା । ଅପରାହ୍ଣରେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ତାର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଏହାପରେ ନନ୍ଦନକାନନରେ ମୋଟ ବାଘଙ୍କ ସଂଖ୍ୟା ୨୮ କୁ ହ୍ରାସ ପାଇଛି ।

ଗତ ୧୧ ତାରିଖରେ ବାଘୁଣୀ ‘ରୁପା’ ତିନିଟି ଶାବକ ଜନ୍ମ ଦେଇଥିଲା । ସେଥିମଧ୍ୟରେ ଗୋଟିଏ ମାଈ ସାଧାରଣରଙ୍ଗର ଥିବାବେଳେ ଦୁଇଟି (ଅଣ୍ଡିରା,ମାଈ)ଧଳାରଙ୍ଗର ଥିଲେ । ବାଘୁଣୀଟି ଶାବକଙ୍କୁ ଜନ୍ମ ଦେବା ପରେ ଆଦରିନଥିଲା କି ସ୍ତନ୍ୟପାନ କରାଇନଥିଲା । ତେଣୁ କର୍ତ୍ତୃପକ୍ଷ ତିନି ଶାବକଙ୍କୁ ଆଣି ଶିଶୁ ଯତ୍ନ ଗୃହରେ ରଖି ଲାଳନପାଳନ କରୁଥିଲେ । ସେଥିରୁ ଆଜି ଗୋଟିଏ ଧଳା ଅଣ୍ଡିରା ଶାବକର ମୃତ୍ୟୁ ହୋଇଛି । ମା’ ଛୁଆମାନଙ୍କୁ ଜନ୍ମ ଦେବା ପରେ ସ୍ତନ୍ୟପାନ କରାଉନଥିବାରୁ ଏହି ଛୁଆଟିର ମୃତ୍ୟୁ ହେଲା ବୋଲି କର୍ତ୍ତୃକକ୍ଷ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.