mobile header

ରେସିଂ ଟ୍ରାକ୍‌ରେ ଚକ୍ରି ପରି ଉଡିଲେ ବାଇକର

ମଣ୍ଡାଲିକା ୨୦।୩: ଇଣ୍ଡୋନେସିଆ ମଣ୍ଡାଲିକା ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍‌ ସର୍କିଟ୍‌ରେ ରବିବାର ବାଇକ୍ ରେସିଂ ବେଳେ ଭୀଷଣ ଦୁର୍ଘଟଣା ଘଟିଛି। ଇଣ୍ଡୋନେସିଆ ଗ୍ରାଁ ପ୍ରି ପୂର୍ବରୁ ରବିବାର ୱାର୍ମଅପ ବେଳେ ଏହି ଦୁର୍ଘଟଣା ହୋଇଛି। ଏଥିରେ ସ୍ପେନ୍‌ର ବାଇକ୍‌ ରେସର ଓ ୬ଥରର ୱାର୍ଲଡ ଚାମ୍ପିୟନ ମାର୍କ ମାର୍କ୍ୱେଜ୍ ଗୁରୁତର ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମାର୍କ୍ୱେଜ କେତେ ଫୁଟ ଉଚ୍ଚକୁ ଉଠି ଚକ୍ରି ଭଳି ଘୁରି ଘରି ବାଇକ୍ ସହ ତଳେ କଚାଡ଼ି ହୋଇ ପଡିଥିଲେ। ତେବେ ପରେ ତାଙ୍କୁ ରେସକୋର୍ସରେ ଚାଲିଚାଲି ଆସୁଥିବାର ଦେଖାଯାଇଛି। ଭିଡିଓରୁ ଦେଖାଯାଉଛି କିପରି ରେସର ପବନରେ ଚକ୍ରି ପରି ଘୁରୁଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

Leave A Reply

Your email address will not be published.