mobile header

ମାର୍ଚ୍ଚ ୨୫ରେ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତା ୨୫ ତାରିଖରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଉପସ୍ଥିତ ରହିବେ ।
ବିଧାନସଭାର ସ୍ବଳ୍ପକାଳୀନ ବଜେଟ ଅଧିବେଶନ ଲାଗି ବୈଠକରେ ରଣନୀତି ପ୍ରସ୍ତୁତ କରିବ ବିଜେଡି । ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୭ ଦିନିଆ ବିଧାନସଭା ଅଧିବେଶନରେ ରହିଛି ମାତ୍ର ୬ଟି କାର୍ଯ୍ୟ ଦିବସ । ୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ୩୦ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ ।

Leave A Reply

Your email address will not be published.