mobile header

ପଢ଼ୁଥିବା ବେଳେ ଲଣ୍ଠନ ଫାଟିଲା, ଭାଇ-ଭଉଣୀ ମୃତ

କେନ୍ଦୁଝର: ପାଠ ପଢ଼ିବା ବେଳେ ଲଣ୍ଠନ ଫାଟିବା ଘଟଣାରେ ଚାଲିଗଲା ଆଉ ଏକ ଜୀବନ । ସୋମବାର ୨ ବର୍ଷର ଶିଶୁକନ୍ୟାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଶିଶୁକନ୍ୟା ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଝାଟିକିପଶିର ସୌମ୍ୟା ସ୍ୱାଗତିକା ମହାନ୍ତ । ଏହି ଦୁଃଖଦ ଘଟଣାର ଦିନକ ପରେ ଚିକିତ୍ସିତ ହେଉଥିବା ସୌମ୍ୟାଙ୍କ ଭାଇ ଶଶୀଭୂଷଣ ମହାନ୍ତ(୧୧)ଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଲଣ୍ଠନ ଫାଟିବା ପରେ ଗୁରୁତର ହୋଇଥିବା ସୌମ୍ୟାଙ୍କ ମା’ ନିରୁପମା ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ଗତ ୧୫ ତାରିଖ ରାତିରେ ଲଣ୍ଠନ ଲଗାଇ ପାଠ ପଢ଼ୁଥିଲେ ଶଶୀଭୂଷଣ । ଏହି ସମୟରେ କୌଣସି କାରଣରୁ ଲଣ୍ଠନର କାଚଟି ଫାଟି ଯାଇଥିଲା । ଏଥିରେ ଶଶୀଭୂଷଣ, ତାଙ୍କ ଭଉଣୀ ସୌମ୍ୟା ଓ ମା’ ନିରୂପମା ଗୁରୁତର ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ହେଲେ ଚିକିତ୍ସାର ଦିନକ ପରେ ଶଶୀଭୂଷଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ସୌମ୍ୟାଙ୍କ ଚିକିତ୍ସା ଚାଲିଥିବା ବେଳେ ସୋମବାର ମୃତ୍ୟୁ ଘଟିଛି । ନିରୂପମା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏହି ଦୁଃଖଦ ଘଟଣା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସମଗ୍ର ତେଲକୋଇ ଅଞ୍ଚଳରେ ଏହି ଘଟଣା ଶୋକର ଛାୟା ଖେଳାଇ ଦେଇଛି । ସୌମ୍ୟା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଏହି ସମ୍ବେଦନଶୀଳ ଘଟଣା ବିଦ୍ୟୁତ୍ ସମସ୍ୟା ଯୋଗୁଁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି

Leave A Reply

Your email address will not be published.