mobile header

ଜେଲ ଯିବେ ବାହୁବଳୀ ବିଧାୟକ

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଗିରଫ କରିଛି ପୁଲିସ୍‌। ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କୁ ଗିରଫ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ।

ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ ଯିବେ । ଭୁବେନଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ସରିବା ପରେ ଆଜି ତାଙ୍କୁ ଜେଲ ପଠାଇ ଦିଆଯିବ । ବାଣପୁର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନିଆଯିବ ।
ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ହିଂସାର ସବୁ ସୀମା ଟପିଯାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ପୁଲିସ, ସାମ୍ବାଦିକ, ସାଧାରଣ ଜନତା ଏଭଳି ୨୫ଜଣ ଆହତ ହୋଇଥିଲେ । ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ସେ ଆହତ ହୋଇଥିବାରୁ ଡାକ୍ତରଖାନାରେ ପ୍ରଶାନ୍ତ ଜଗଦେବ ଚିିକିତ୍ସା ଚାଲିଥିଲା । ଆଜି ତାଙ୍କୁ ଡାକ୍ତରଖାନାରୁ ସ୍ଥାନାନ୍ତରଣ କରି ଜେଲକୁ ପଠାଯିବ ।
ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାରକୀୟ କାଣ୍ଡ ଓ ସାଂଘାତିକ ଷଡଯନ୍ତ୍ର ସାରା ରାଜ୍ୟକୁ ଚକିତ କରି ଦେଇଥିଲା । ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଉପରେ ଗାଡି ଚଢାଇ ଦେଇଥିଲେ । ଏଥିରେ ୧୫ ବିଜେପି କର୍ମୀ ଆହତ ହୋଇଥିଲେ । ସେହିପରି ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ବି ଆହତ ହୋଇଥିଲେ । ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ୟକ୍ତ ଜନତା ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରିଥିଲେ ।

Leave A Reply

Your email address will not be published.