mobile header

ଆଉ ୬ ଅଧିକାରୀଙ୍କୁ ବିଦା କଲେ ସରକାର

ରାଜ୍ୟ ସରକାର ଆଉ ୬ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେଥିରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓ ଅଛନ୍ତି। ସମ୍ବଲପୁର ଇଲେକ୍ଟ୍ରିକାଲ୍‌ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ସେହିପରି ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଓ ନୂଆଗଡ଼ ବିଇଓ ବ୍ରଜ ନାୟକଙ୍କୁ ବିଦା କରାଯାଇଛି। ଆଜି ସୁଦ୍ଧା ରାଜ୍ୟ ସରକାର ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଗତ ୧୬ ତାରିଖରେ ରାଜ୍ୟ ସରକାର ୬ ଅଧିକାରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ- ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲ, ନିର୍ବାହୀ ଯନ୍ତ୍ରୀ କରୁଣାକର ଘଡ଼ାଇ, ପୁଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକ, ନୂଆପଡ଼ା ACSO ରତ୍ନାକର ସେଠୀ ଓ ଅନୁଗୋଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକ।

Leave A Reply

Your email address will not be published.