mobile header

ବଡ଼ଚଣା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ: ବାଜି ମାରିଲା ବିଜେଡି, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଭାସ ନନ୍ଦ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରିଲା ବିଜେଡି । ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଭାସ ଚନ୍ଦ୍ର ନନ୍ଦ । ଆଜି ବଡ଼ଚଣା ବ୍ଲକରେ ୩୦ ଜଣ ସମିତିସଭ୍ୟ ପହଁଚିଥିଲେ । ବିଜେଡି ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଭାସ ନନ୍ଦ । ପୂର୍ବରୁ ବଡ଼ଚଣା ବିଜେଡି ବ୍ଲକ ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ ଆଜି ବ୍ଲକ ଉପାଧ୍ୟକ୍ଷ ପଦ ମଧ୍ୟ ହାତେଇଛି ବିଜେଡି । ଯାହାକୁ ନେଇ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ଏ ନେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ନବ ନିର୍ବାଚିତ ବ୍ଲକ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ବ୍ଲକରେ ସମସ୍ତ କାର୍ଯ୍ୟ ସଠିକ ଭାବେ ତୁଲାଇବା ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ ବୋଲି ବ୍ଲକ ଉପାଧ୍ୟକ୍ଷ କହିଛନ୍ତି ।

Leave A Reply

Your email address will not be published.