mobile header

  ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : ଗୁଣପୁର ରେ ସୁଦର୍ଶନ ,      ,ଗୁଡ଼ାରୀ ରେ ବିଶ୍ଵନାଥ , ରାମନାଗୁଡ। ରେ ଜାନକୀ  ନୀମାଲା ଓ ପଦ୍ମପୁର ରେ ରମେଶ ଉପାଧ୍ୟକ୍ଷ ନିର୍ବାଚିତ । 

  ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : ଗୁଣପୁର ରେ ସୁଦର୍ଶନ ,      ,ଗୁଡ଼ାରୀ ରେ ବିଶ୍ଵନାଥ , ରାମନାଗୁଡ। ରେ ଜାନକୀ  ନୀମାଲା ଓ ପଦ୍ମପୁର ରେ ରମେଶ ଉପାଧ୍ୟକ୍ଷ ନିର୍ବାଚିତ ।  ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଉପାଧ୍ୟକ୍ଷ ଭାବେ ଚଳକମ୍ବା ପଞ୍ଚାୟତ ସମିତି ସଭ୍ୟ ସୁଦର୍ଶନ ଶବର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ ବିଜେଡ଼ି ବିଦ୍ରୋହୀ ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ । ଗୁଡ଼ାରୀ ବ୍ଲକ ଉପାଧକ୍ଷ ଭାବେ ବିଜେଡ଼ି ସମର୍ଥିତ ବିଶ୍ୱନାଥ ଶବର   ନିର୍ଦୋନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ ସାନହୁମା ପଞ୍ଚାୟତ ର  ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ଏଥି ପୂର୍ବରୁ ସେ ଗୁଡାରି ଲ୍ୟାମ୍ପସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। 

ପଦ୍ମପୁର ବ୍ଲକ ର ବିଜେଡ଼ି ସମର୍ଥିତ ସମିତି ସଭ୍ୟ ରମେଶ ସାହୁ  ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି  ସେ ତାଂକ ନିକଟତମ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଗୋଦାବରୀ ରାଉତ  ଙ୍କୁ ୮/୫ଭୋଟ ରେ ପରାସ୍ତ କରିଛନ୍ତି ।ରମେଶ ସପକ୍ଷ ରେ ୮ଟି ଭୋଟ ପଡ଼ିଥିବା ବେଳେ ଗୋଦାବରୀ ଙ୍କ ସପକ୍ଷ ରେ ୫ଟି ଭୋଟ ପଡ଼ିଥିଲା ।ସେହି  ଭଳି ରାମନା ଗୁଡ଼ା ବ୍ଲକ ର ଉପାଧ୍ୟାକ୍ଷା ହେଲେ ଗଗୁ ପାଡୁ ପଞ୍ଚାୟତ ର ସମୀତିସଭ୍ୟା ନିମାଲା ଜାନକୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବୋଲି ଜଣା ପଡ଼ିଛି । ଏହି ବ୍ଲକ ରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର  ପ୍ରଭାତୀ ଝୋଡ଼ିଆ ରହିଥିବା ବେଳେ ନିର୍ବାଚନ ଅଧିକାରି ଭାବେ କାଶୀପୁର ବିଡ଼ିଓ ଗୌର ଚନ୍ଦ୍ର ପଟ୍ଟନାୟକ ରହିଥିଲେ ।

Leave A Reply

Your email address will not be published.