mobile header

ଆସନ୍ତା ୨୮ରୁ ଖୋଲିବ ଅଙ୍ଗନବାଡ଼ି

ଆସନ୍ତା ୨୮ରୁ ଖୋଲିବାକୁ ଯାଉଛି ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର । କୋଭିଡ୍ ସଂକ୍ରମଣ ଭିତରେ ପାଖାପାଖି ବର୍ଷକ ପରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି । ତେବେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଆଇସିଡିଏସ୍ ନିର୍ଦ୍ଦେଶକ ।
ସବୁଠାରୁ ବଡ଼କଥା ହେଲା, ଯଦି ଅଙ୍ଗନବାଡ଼ି ଖୋଲିବାରେ କିଛି ସମସ୍ୟା ରହିଥାଏ ସେନେଇ ନିଷ୍ପିତ୍ତି ନେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ । ଏବଂ ସମସ୍ତ ଅଙ୍ଗନବାଡ଼ି କର୍ମୀ ଟୀକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟୀକା ନେଇନଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଓପିରେ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Leave A Reply

Your email address will not be published.