mobile header

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଡିଜିପି ନିର୍ଦ୍ଦେଶ ଦେବା ପରେ ତଦନ୍ତଭାର ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଂଜିବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ଆଜିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ସହ ସ୍ୱତନ୍ତ୍ର ଟିମ ଗଠନ କରାଯିବ ବୋଲି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ମାନସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତ ଏବେବି ଫେରାର ଅଛନ୍ତି । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ତାଙ୍କ ଭାଇ ସାହାଯ୍ୟ କରିଥିଲେ । ତାଙ୍କ ଭାଇଙ୍କୁ ବିଜୟୱାଡାରୁ ଗିରଫ କରି ଚାନ୍ଦବାଲି ଅଣାଯାଇଛି । ସେପଟେ, ଠାବ ହୋଇଛି କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା ଶର୍ମିଷ୍ଠା ରାଉତଙ୍କ କାର । ଆଜି ଶର୍ମିଷ୍ଠାଙ୍କ କାର ଠାବ ହେବା ପରେ ତଦନ୍ତ କରିବାକୁ ଭୁବନେଶ୍ୱରରେ ପହଁଚିଥିବା ଚାନ୍ଦବାଲି ପୁଲିସ ଏହି ସୂଚନା ଦେଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ଗ୍ୟାରେଜରୁ ହ୍ୟୁଣ୍ଡାଇ କାର ମିଳିଛି । କୁହାଯାଉଛି, ମାନସଙ୍କୁ ଅପହରଣ ଓ ହତ୍ୟାକାଣ୍ଡ ପରେ ପୁଲିସ ନଜର ହଟାଇବାକୁ ଗାଡି ଲୁଚାଇଥିଲେ ଶର୍ମଷ୍ଠା । ଏହି କାରକୁ ମଧ୍ୟ ମାନସଙ୍କ ଅପହରଣ ଓ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା

Leave A Reply

Your email address will not be published.