mobile header

କାଲିମେଳା ପୋଲିସକୁ ମିଳିଛି ବଡ ସଫଳତା: ବାଇକ ଚୋରି ଘଟଣାରେ ୮ ମୋଟର ସାଇକେଲ ଉଦ୍ଧାର ସହ ୩ ଗିରଫ

ମାଲକାନଗିରି, ତା ୨୭/୦୬: ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ଗତ ୨୫ ତାରିଖରେ କାଲିମେଳା ଥାନା ଅନ୍ତର୍ଗତ ରାସବେଡା ଗ୍ରାମର ଅଭିଯୋଗକାରୀ ମହାଦେବ ଖିଲାଙ୍କ ଠାରୁ ଏକ ମୋଟର ଗାଡି ହିରୋ ଗ୍ଲାମର ତାଙ୍କ ଘରୁ କିଛି ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଜଣାଇଥିଲେ। କାଲିମେଳା ଥାନା ଚୋରି ଭିଡିଓ କେସ ନମ୍ବର ୧୪୯/୨୩ ମାମଲା ରୁଜୁ କରି ​​ପୋଲିସ
ଅନୁସନ୍ଧାନ ବେଳେ ଅଭିଯୁକ୍ତ ବାଇକ୍ ଲିଫ୍ଟର୍ ଗୋର୍କା ଜାନୁଙ୍କୁ ମାଲକାନଗିରି କାଲିମେଳା ମୁଖ୍ୟ ରାସ୍ତା ଏମ.ଭି. ୬୬ ଗ୍ରାମ ନିକଟରେ ଧରି ପଚରାଉଚୁରା ପରେ କୋରାପୁଟ ଜିଲ୍ଲାରେ ମୋଟର ସାଇକେଲ କୁ ବିକ୍ରି କରିବାକୁ ଯୋଜନା କରୁଥିଲା ବୋଲି ପୋଲିସକୁ ପ୍ରକାଶ କରିଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ପୂର୍ବରୁ ସେ ଚିତ୍ରକୋଣ୍ଡା, କାଲିମେଳା ତଥା ଆନ୍ଧ୍ର ପ୍ରଦେଶର ବାଇକ୍ ଗୁଡ଼ିକ ଚୋରି କରିଥିବା କଥା ପ୍ରକାଶ କରିଥିଲା ଏବଂ ସେହି ବାଇକ୍ ସେ କୁରମାନୁର ଗାଁର ଦୀପକ ମଣ୍ଡଳକୁ ବିକ୍ରି କରିଥିବା କଥା ପ୍ରକାଶ କରିଥିଲା । ଏହି ସୂଚନାକୁ ଆଧାର କରି ଜିଲ୍ଲା ଅତିରିକ୍ତ ଆରୋକ୍ଷି ଅଧିକ୍ଷକ ରାହୁଲ ଗୋଏଲ, ଆଇପିଏସ ଏବଂ ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଦଳ କୁରମାନୁର ପଠାଯାଇଥିଲା ଏବଂ ମାମଲାର ତଦନ୍ତକାରୀ ପୋଲିସ ଟିମ୍ ଅଭିଯୁକ୍ତଙ୍କ ପରିଚୟ ଅନୁଯାୟୀ ୮ଟି ମୋଟର ଗାଡି ଜବତ କରିବା ସହ ଅଭିଯୋଗରେ ଅର୍ଜୁନ ହନ୍ତାଲ ଏବଂ ଦୀପକ ମଣ୍ଡଳଙ୍କୁ ମଧ୍ୟ ଗିରଫ ହୋଇଥିବାର ପୋଲିସ ପ୍ରକାଶ କରିଛି।

Leave A Reply

Your email address will not be published.