ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଦର ବୃଦ୍ଧି ଯୋଗୁଁ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ୍ ଦରବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ଏକ ରାଲି ରେ ବାହାରି ସଦର ମହକୁମା ସ୍ଥିତ ଉପଖଣ୍ଡ ବିଦ୍ୟୁତ୍ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଟାଟା ପାୱାରର ମନମୁଖୀ କାର୍ଯ୍ୟ ଯୋଗୁଁ କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟକୁ ପୋଲିସ କର୍ମୀଙ୍କ ଉପସ୍ଥିତରେ ଅଣ୍ଡା ମାଡ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଦାବି ପତ୍ର ଉପଖଣ୍ଡ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହା ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ନେତା ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାନେ ଟାଟା ପାୱାର ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ବିଜେଡି ସରକାରଙ୍କ ବିରୋଧରେ ବର୍ଷିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ ବିଧାୟକ ଭୂଜ ବଳମାଝୀ, ଜିଲ୍ଲା କଂଗ୍ରେସ ନେତ୍ରୁ ବର୍ଗ ଶରତ ଚନ୍ଦ୍ର ବୁରୁଦ।, ମାଲା ମାଡ଼ି, ମଂଗୁ ଖିଲ , ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, କେଶୁ ରାଓ, ପଦ୍ମ ପାଙ୍ଗି, ପ୍ରାଣ କୃଷ୍ଣ ମଣ୍ଡଳ, ସରୋଜ କୁମାର ପାତ୍ର, ଇସାକ ଖୋସଲା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.