mobile header

ଗଞ୍ଜେଇ ଜବତ: ଜଣେ ଗିରଫ

କଟକ, (ନୃସିଂହ ଚରଣ ଦାସ): ଗତକାଲି ବିଳମ୍ବିତ ରାତିରେ ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ଅବକାରୀ ବିଭାଗ ନେମାଳ ଥାନା ଗୋପିନାଥପୁର ଗାଁର ସୁଦାମ ଚରଣ ସିଂହ ତିନୋଟି ବସ୍ତାରେ ୬୨ କିଲୋ ଗଞ୍ଜେଇ ସ୍ଥାନୀୟ ଅଞ୍ଚଳକୁ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୬୨ କେଜି ଗଞ୍ଜେଇ ଜବତ୍ ସହ ସୁଦାମ ଚରଣ ସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାଲେପୁର ଅବକାରୀ ବିଭାଗ। ଗ୍ରାମାଞ୍ଚଳରେ ଏହି ଚୋରା ଗଞ୍ଜେଇ କାରବାର ରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ତାହାର ଛାନଭିନ କରୁଛି ଅବକାରୀ ବିଭାଗ।

Leave A Reply

Your email address will not be published.