ଚିକିତ୍ସାରେ ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ

କଟକ,( ନୃସିଂହ ଚରଣ ଦାସ): ଘରେ ସୋଇଥିବା ଅବସ୍ଥାରେ ବୃଦ୍ଧ ଗୁରୁତର। ଅଚେତ ଅବସ୍ଥାରେ ମେଡିକାଲକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିବା ବେଳେ ମେଡିକାଲରେ ଡାକ୍ତର ନ ଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। ବାଟରେ ଯାଉଥିବା ବେଳେ ବୃଦ୍ଧଙ୍କ ଆମ୍ବୁଲାନ୍ସରେ ମୃତ୍ୟୁ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ମେଡିକାଲରେ। ମୃତକ ହେଲେ ରାଇସୁଙ୍ଗୁଡା ଗ୍ରାମର ବୃଦ୍ଧ ଯଦୁନାଥ ଶତପଥୀ। ଚିକିତ୍ସା ଅଭାବ ଓ ମେଡିକାଲରେ ଡାକ୍ତର ନଥିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଓ ସ୍ତାନୀୟ ଲୋକେ ମେଡିକାଲରେ ପକାଇଲେ ତାଲା। ଉତ୍ତୋଜନା ଦେଖା ଦେବାରୁ ଘଟଣା ସ୍ଥଳରେ ସାଲେପୁର ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଡାକ୍ତର ଓ ଫାର୍ମାସି ବିଳମ୍ବରେ ଆସିଥିବାରୁ ବୃଦ୍ଧଙ୍କ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ନେଇ ପରିବାର ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଫାର୍ମାସିଷ୍ଟ ଓ ଡାକ୍ତର ଠିକ ସମୟରେ ଆସିନଥିବା ନେଇ ଫାର୍ମାସିଷ୍ଟ ନିଜେ କହିଛନ୍ତି। ଫାର୍ମାସିଷ୍ଟ ନିଜେ ଦେହ ଖରାପଥିବା ବେଳେ ସେ ଡେରିରେ ଆସିଥିବା ସ୍ୱୀକାର କରିଛନ୍ତି। ଏନେଇ ମେଡିକାଲ ଡାକ୍ତର ଘଟଣା ସମ୍ବନ୍ଧରେ ଉଚ୍ଚ କର୍ତ୍ତୃପକ୍ଷକୁ ଜଣାଇଥିବା କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମେଡିକାଲରେ ପକାଯାଇଥିବା ତାଲାକୁ ଖୋଲାଯାଇଥିଲା। ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଘଟଣା ନେଇ ବିଭାଗୀୟ ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେଡ଼ିକାଲ ଅଫିସର ।

Leave A Reply

Your email address will not be published.