mobile header

ଶୀର୍ଷ ପଦରେ ଆଉ ଜଣେ ଓଡ଼ିଆ: ଅଭୟ ହୋତା ଫେଡେରାଲ ବ୍ୟାଙ୍କର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ଅଭୟ ପ୍ରତାପ ହୋତାଙ୍କୁ ଫେଡେରାଲ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମୋଦନ କରିଛି । ଜୁନ ୨୯ରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହୋଇଥିବାବେଳେ ସେ ଜାନୁଆରି ୧୪, ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ରହିବେ । ସେ ଗତ ଜାନୁଆରି ୧୫, ୨୦୧୮ରୁ ଫେଡେରାଲ ବ୍ୟାଙ୍କ ବୋର୍ଡରେ ଜଣେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ରହିଛନ୍ତି ।

ରିଜର୍ଭ ବ୍ୟାଙ୍କରେ ହୋତାଙ୍କର ପ୍ରାୟ ୨୭ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ସେ ବିଜୟା ବ୍ୟାଙ୍କ ଓ ଆନ୍ଧ୍ର ବ୍ୟାଙ୍କ ବୋର୍ଡରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ଏନପିସିଆଇ (ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ) ଆରମ୍ଭ କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ସେ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଏନପିସିଆଇର ଏମଡି ତଥା ସିଇଓ ଭାବେ କାମ କରିଥିଲେ ।

ଶ୍ରୀ ହୋତା ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ମଧ୍ୟ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଙ୍ଗ୍ ଏଣ୍ଡ ଫାଇନାନ୍ସର ଅନରାରି ଫେଲୋ ରହିଛନ୍ତି ।

ସୂଚନାଯୋଗ୍ୟ ଯେ ଫେଡେରାଲ ବ୍ୟାଙ୍କ ଦେଶର ଏକ ପ୍ରମୁଖ ଘରୋଇ ବ୍ୟାଙ୍କ । ସାରା ଦେଶରେ ଏହାର ୧୩୭୨ଟି ଶାଖା  ଓ ୧୯୧୪ଟି ଏଟିଏମ ରହିଛି ।

Leave A Reply

Your email address will not be published.