mobile header

୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର। ସମଗ୍ର ବିଶ୍ୱରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପରେ ଏହାକୁ ମହାମାରୀ ବର୍ଗରେ ସାମଲ କରି କେନ୍ଦ୍ର ସରକାର ମହାମାରୀ ଆଇନ୍ ଘୋଷଣା କରିଥିଲେ। ଏବେ କୋଭିଡ୍‌ ସଂକ୍ରମଣ କରିବା ପରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ହଟାଇ ଦେଇଛନ୍ତି।

କୋଭିଡ୍‌ କେସ୍ ଲୋଡ୍ ଏବଂ ଡେଲି ପଜିଟିଭିଟି ହାର କମିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ଲେଖିଛନ୍ତି। ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ।

ତେଣୁ ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି। ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଣୁଥିବା ନିର୍ଦ୍ଦେଶ ପାଳନ କରିବାରକୁ କେନ୍ଦ୍ର କହିଛି। ସେହିପରି ଆଡଭାଇଜରି ମାନିବା, ମାସ୍କ ପିନ୍ଧିବା ପାଇଁ ଗୃହ ସଚିବ ପରାମର୍ଶ ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୨୪ରୁ ଦେଶରେ ମହାମାରୀ କଟକଣା ଲାଗିଥିଲା।

Leave A Reply

Your email address will not be published.