mobile header

ଭୀମ୍‌ସାରରେ କୋଭିଡ଼ ରୋଗୀ ମୃତ୍ୟୁ ମାମଲା, ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ୨୩।୦୩ : ଭିମ୍‌ସାରେ କୋଭିଡ଼ ରୋଗୀ ମୃତ୍ୟୁ ଅଭିଯୋଗ ମାମଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଦୁଇ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହିତ ବାକି ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ ରହିଛି । ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବେ ରାଜ୍ୟ ସରକାର ।

ଖବର ଅନୁଯାୟୀ, ଚିକିତ୍ସା ଅବହେଳାରୁ କୋଭିଡ଼ ରୋଗୀଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଥିଲା । ଏନେଇ ହାଇକୋର୍ଟକୁ ଆସିଥିଲା ମାମଲା । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମାମଲାର ତଦନ୍ତ କରିଥିଲେ ଅବସରପ୍ରାପ୍ତ ବିଚାରପତି । ଏବେ ସେହି ତଦନ୍ତ ରିପୋର୍ଟକୁ ଆଧାର କରି ରାୟ ଶୁଣାଇଛନ୍ତି ହାଇକୋର୍ଟ । ସମସ୍ତ ପରିବାରଙ୍କୁ ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବେ ରାଜ୍ୟ ସରକାର ।

Leave A Reply

Your email address will not be published.