mobile header

ଲାଇନରେ ଛିଡ଼ା ହେଇ ଭୋଟ୍ ଦେଲେ 5-T ସଚିବ ଭି.କେ ପାଣ୍ଡିଆନ୍ ।

ଗଣତନ୍ତ୍ର ମହାପର୍ବରେ ସାମିଲ ହେଲେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ହାଇସ୍କୁଲ ୪୬ ନମ୍ବର ୱାର୍ଡର ୪୮୩ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ପାଣ୍ଡିଆନ୍ । ଜଣେ ସଚେତନ ନାଗରିକ ଭାବେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଫାଇଭ୍-ଟି ସଚିବ । ତାଙ୍କ ସହ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ସବୁଠାରୁ ବଡ଼ କଥା ହେଲା, ନିଜେ ଜଣେ ଉଚ୍ଚପଦସ୍ତ ଅଧିକାରୀ ହୋଇ ବି ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ୍ ଦେଲେ ଆଉ ମତଦାନ ସାବ୍ୟସ୍ତ କରି ସମସ୍ତଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବାର୍ତ୍ତା ମଧ୍ୟ ଦେଲେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ।

Leave A Reply

Your email address will not be published.