ଆରମ୍ଭରୁ ଇଭିଏମ୍ ଅଚଳ

ପୌର ନିର୍ବାଚନ ଆରମ୍ଭରୁ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି।

ଭୁବନେଶ୍ୱରର ବିଏମସିର ୪୧ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।

ସେହିପରି ନୂଆପଡ଼ା NACର ୧୨ ନଂ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଦାନ ବିଳମ୍ବ ହୋଇଛି। ବୁଥରେ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ କାମ କରୁନାହିଁ। ଭୋଟ କେନ୍ଦ୍ର ବାହାରେ ୫ ଶହରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ଅପେକ୍ଷା କରିଛନ୍ତି।

କଟକ ଜିଲ୍ଲା ଆଠଗଡ଼ରେ ୩ ନମ୍ବର ୱାର୍ଡର ୩ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଯାଇଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।

ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି।
ପୌର ନିର୍ବାଚନ ଲାଗି ସକାଳ ୮ଟାରୁ ମତଦାନ ଚାଲିଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି।

Leave A Reply

Your email address will not be published.