ପାରଳାଖମୁଣ୍ଡି ସ୍ଥିତୟୁଟେକକମ୍ପ୍ୟୁଟରକେନ୍ଦ୍ରରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସହିଦ ଦିବସ ପାଳନ

ଗୁଣପୁର/ପାରଳାଖେମୁଣ୍ଡି:୨୩/୩ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର କେନ୍ଦ୍ରରେ ଠାରେ ପ୍ରଗତି ମହିଳା ସଙ୍ଗଠନ ଦ୍ଵାରା ଜାତୀୟ ସହିଦ ଦିବସ ପାଳନ ହୋଇସାରିଛି। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ବରାଜ ସୀସା ଯୋଗଦାନ କରି ସହିଦ ଦିବସର ତାତ୍ୱର୍ଯ୍ୟ ସମ୍ପର୍କରେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସମ୍ପାଦିକା ତନୁଜା ଶ ତପଥୀ ସ୍ଵାଗତ ଭାଷଣ ଦେଇଥିଲେ। ସଭାନେତ୍ରୀ ଡି ପ୍ରିୟଙ୍କା ସାମଗ୍ରିକ ଭାବେ ସଭକାର୍ଯ୍ୟଟି କୁ ସମ୍ପାଦନ କରିଥିଲେ। ମୁଖ୍ୟ ଅତିଥି ଆଇନ ଜୀବୀ ଇତିଶ୍ରୀ ମହାପାତ୍ର,ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ ,ସମ୍ମାନିତ ବକ୍ତା ସୁଜାତା ନନ୍ଦ,ସମ୍ମାନୀତ ଅତିଥି ଭାଗବତ ପାଢ଼ୀ,ସଂଯୋଜିକା ସୁଲକ୍ଷଣୀ ଲିମା କରିଥିବା ବେଳେ ମାନସୀ ପଣ୍ଡା,ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା,ସୁଜାତା ପଣ୍ଡିତ, ପରିଚାଳନା କରିଥିଲେ। ଶେଷରେ ମୂରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ସହିଦ୍ ଙ୍କ ସ୍ମୃତି ଚାରଣ ହିଁ ସମ୍ପର୍ତିକ ପୀଢ଼ି ଙ୍କ ପାଇଁ ଏକ ଆଲୋକ ପଥ ଏବଂ ମାଆ ମାଟି ମାତୃଭୂମିକୁ ଜୀବନ ଠାରୁ ଅଧିକ ଭଲପାଇବା ନିତାନ୍ତ ଆବଶ୍ୟକ.

Leave A Reply

Your email address will not be published.