mobile header

ଗଜପତି ଜିଲ୍ଲା ମୋହନା ବ୍ଲକର ଉପାଧକ୍ଷା ନିର୍ବାଚନରେ ବାଲିମିନା ଅଧିକାରୀ ନିର୍ବାଚିତ

ଗୁଣପୁର/ପାରଳାଖେମୁଣ୍ଡି:୨୩/୩
ଆଜି ତ୍ରି ସ୍ତରୀୟ ନିର୍ବାଚନର ମୋହନା ବ୍ଲକ ଉପାଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ନିର୍ବାଚନରେ ମୋହନା ବ୍ଲକର ପୂର୍ବତନ ବ୍ଲକ ଉପାଧକ୍ଷା ବାଲିମିନା ଅଧିକାରୀ ପୁଣି ଚଳିତ ଥର ଉପାଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନରେ ବିଜେଡି ଦଳରୁ ଦୁଇଜଣ ପାର୍ଥି ପ୍ରତିଦ୍ବନ୍ଦିତା କରିଥିଲେ।ବିଜୟୀ ହୋଇଥିବା ବାଲ୍ମୀନା ଅଧିକାରୀ କୋଡିଏ ଖଣ୍ଡ ଭୋଟ ପାଇଥିବା ବେଳେ ପରାଜିତ ପ୍ରାର୍ଥୀ ୧୯ଖଣ୍ଡ ଭୋଟ ପାଇ ଥିବା ନିର୍ବାଚନ ଅଧିକାରୀ ରାୟଗଡ ବ୍ଲକ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଘୋଷଣା କରିଛନ୍ତି।ଏହି ନିର୍ବାଚନରେ ମାଜିଷ୍ଟ୍ରେଟ ଭାବେ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ ଥିବା ବେଳେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସଦଳବଳେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।ଆଜି ଅନୁଷ୍ଠିତ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକ ତଥା ଦଳର କେତକ କର୍ମୀ ବିଶୃଙ୍ଖଳା ସୃଷ୍ଟି କରିବାରୁ ଥାନା ଅଧିକାରୀ ସେମାନଙ୍କୁ ଘଉଡାଇଥିଲେ। ନିର୍ବାଚନକୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନରସିଂହ ମଣ୍ଡଙ୍ଗୀ ପରିଚାଳନା କରିଥିଲେ।ନିର୍ବାଚନପରେ କର୍ମୀମାନେ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ।କେତକ ଦଳର କର୍ମୀମାନେ ପରାଜିତ ପ୍ରାର୍ଥୀଙ୍କ ଠାରୁ କିଛି ଅର୍ଥ ରାଶି ନେଇଥିବାରୁ କିଛି ସମୟ ପାଟିତୁଣ୍ଡ ହୋଇଥିଲା।ପରାଜିତ ପାର୍ଥିଙ୍କୁ ସେହି ଅର୍ଥ ଫେରସ୍ତ ଦେବାରୁ ଅସନ୍ତୋଷ କମିଥିଲା।

Leave A Reply

Your email address will not be published.