mobile header

ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଳକର ଉପାଧକ୍ଷା ଭାବେ ବିଜୟଲକ୍ଷ୍ମୀ ପଟ୍ଟନାୟକ ନିର୍ବାଚିତ

ଗୁଣପୁର/ପାରଳାଖେମୁଣ୍ଡି:୨୩/୩
ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକରେ ଆଜି ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ଆର,ଉଦୟଗିରି ବ୍ଲକର ଛେଳିଗଡ ସମିତିସଭ୍ୟା ବିଜେଡି ପ୍ରାର୍ଥୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ଉପାଧ୍ୟକ୍ଷା ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିଜେଡି ଦଳ ଏବଂ କଂଗ୍ରେସ ଦଳ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜୟୀ ହୋଇଥିବା ବିଜୟଲକ୍ଷ୍ମୀ ପଟ୍ଟନାୟକ ୧୦ଟି ଖଣ୍ଡ ଭୋଟ ପାଇଥିବାବେଳେ ରାମଗିରି ସମିତିସଭ୍ୟା କଂଗ୍ରେସ ପ୍ରାର୍ଥୀନୀ ସରୋଜିନୀ ବଡମୁଣ୍ଡି ୬ଟି ଭୋଟ ପାଇଥିବା ବେଳେଗୋଟିଏ ଭୋଟ ନାକଚ ହୋଇଥି୍ଲା । ନିର୍ବାଚନ ଅଧିକାରୀ ମୋହନା ବିଡିଓ ତପସ୍ମିନୀ ହଂସଦା ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ । ଏହି ନିର୍ବାଚନରେ ମାଜିଷ୍ଟେଟ ଭାବେ ଆର,ଉଦୟଗିରି ତହସିଲିଦାର ନାରାୟଣ ବେହେରା ଥିବା ବେଳେ ଆର,ଉଦୟଗିରି ଥାନା ଅଧିକାରୀ ତାଙ୍କ ସହକର୍ମୀ ଙ୍କୁ ଧରି ସଦଳବଳେ ଶନ୍ତିଶୃଙ୍ଗୁଳା ରକ୍ଷା କରିଥିଲେ । ନିର୍ବାଚନରେ ଗ୍ରାମ ସମ୍ପାସାରଣ ଅଧିକାରୀ କାତ୍ତିକ ରାଇକା ଓ ପେସା କୋଡିନେଟ୍ ପ୍ରଦିପ କୁମାର ନାୟକ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନପରେ କର୍ମୀମାନେ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.