mobile header

ଓଡିଶାରେ ବେକାରୀ ସବୁଠୁ କମ୍

ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ ରହିଛି । ରିପୋର୍ଟ ଅନୁସାରେ ବେକାରୀ ତାଲିକାରେ ସବୁଠାରୁ ଆଗରେ ରହିଛି ହରିୟାଣା । ହରିୟାଣାରେ ବେକାରୀ ହାର ୨୫.୭ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୪.୫ ପ୍ରତିଶତ ରହିଛି ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ସର୍ବନିମ୍ନ ବେକାରୀ ହାର ସୃଷ୍ଟି ହୋଇଛି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରକାଶ । ଏମଜିଏନଆରଇଜିଏସ୍ ଅଧୀନରେ ୨୦୨୦-୨୧ ମଧ୍ୟରେ ୨୦.୮୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବାରୁ ମହାମାରୀ ସମୟରେ ଗ୍ରାମୀଣ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି, ଯାହା ୨୦୧୯-୨୦ରେ ୧୧.୧୪ କୋଟି ତୁଳନାରେ ୧୮୭ ପ୍ରତିଶତ ଅଧିକ ।

ମିଶନ ଶକ୍ତି ମୁଭମେଣ୍ଟରେ ଓଡ଼ିଶାରେ ପାଖାପାଖି ୭୦ ଲକ୍ଷ ଗ୍ରାମୀଣ ମହିଳା ସଂଗଠିତ ହୋଇଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଧାନ ସଂଗ୍ରହ, ହସ୍ପିଟାଲ ଡାଏଟ୍, ଆଧାର କେନ୍ଦ୍ର ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ଅଧିକରୁ ଅଧିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି ।

Leave A Reply

Your email address will not be published.