mobile header

ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେଲେନି ଅପରାଜିତା

ପରୀକ୍ଷାର ବେଳ, କାରଣ ମେୟର ଓ କର୍ପୋରେଟର ବାଛୁଚି ଭୁବନେଶ୍ୱର । ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ବିଜେଡି ହେଭିୱେଟ୍ ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ପ୍ରାର୍ଥୀଙ୍କ ପାଇଁ ମତଦାନ କରିଛନ୍ତି । ହେଲେ ଆଜି ଭୋଟ୍ ଦିନରେ ଅନୁପସ୍ଥିତ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦିନକ ଆଗରୁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆଜି ସାଢେ ୧୨ଟାରେ ଆଇଆରସି ଭିଲେଜ ୨୫ ନମ୍ବର ୱାର୍ଡରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲରେ ଭୋଟ୍ ଦେବେ ସାଂସଦ । ହେଲେ ପରେ ଏହା ବାତିଲ ହୋଇଥିବା ସୂଚନା ଦିଆଗଲା ।

କୁହାଗଲା ସଂସଦର ଜରୁରୀ କାମ ଥିବାରୁ ଏବେ ଦିଲ୍ଲୀରେ ଅଛନ୍ତି ଅପରାଜିତା । ସୂଚନା ମିଳିଛି ଆଜି ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବାକୁ ଚାହୁଁଛନ୍ତି ମୋଦି ସରକାର । ସେଥିପାଇଁ ସମସ୍ତ ବିଜେପି ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରାଯାଇଛି । ଯେଉଁଥିପାଇଁ ଭୋଟ୍ ଦିନରେ ଭୁବନେଶ୍ୱରରେ ନରହି ଦିଲ୍ଲୀରେ ଅଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Leave A Reply

Your email address will not be published.