mobile header

ଅପରିବର୍ତ୍ତିତ ରହିଲା ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ ୩ ପ୍ରତିଶତ ରିହାତି

ବିଦ୍ୟୁତ ଦର ବଢ଼ିବ ନାହିଁ। ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଚିବ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଇଆରସି ସଚିବ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ। ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

୫୦ ୟୁନିଟ ପର୍ୟ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ବିଦ୍ୟୁତ ଶୁଳ୍କ ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳ୍କ ଆଦାୟ ହେବ।

Leave A Reply

Your email address will not be published.