mobile header

ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ!

ରାଜ୍ୟ ସରକାର ଖୁବଶୀଘ୍ର ସମବାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସମବାୟ ନିର୍ବାଚନ କମିଶନରଙ୍କୁ ନିଜର ସମ୍ମତି ଜଣାଇବେ । ଏହାପରେ ନିର୍ବାଚନ କମିଶନର ୬୦ଦିନ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିବେ । ଆଉ ସେଥିରୁ ୩୫ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ପ୍ରୋଭିଜିନାଲ ତାଲିକା ଜାରିଠୁ ଆରମ୍ଭ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ,ଯାଂଚ,ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ ।

ରାଜ୍ୟର ୭୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ସଦସ୍ୟ ଥିବା ପ୍ରାୟ ୩୦ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହାପରେ କେନ୍ଦ୍ରୀୟ ଓ ଶୀର୍ଷ ସମବାୟ ସଂସ୍ଥା ପାଇଁ ନିର୍ବାଚନ ପ୍ରକ୍ରିୟା ମଧ୍ୟ ସେହି ଢାଂଚାରେ ହେବ । ପ୍ରତି ୫ବର୍ଷରେ ରାଜ୍ୟରେ ସମବାୟ ନିର୍ବାଚନ ହୋଇଥାଏ କିନ୍ତୁ ୨୦୨୦ ମସିହାରେ ସବୁ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କରାଇ ନଥିଲେ । ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକରେ ଚାଷୀମାନେ ହିଁ ସଦସ୍ୟ ଥିବାରୁ ଶାସକ ବିଜେଡି ଏସବୁ ସଂସ୍ଥାକୁ ନିଜ ଦଖଲକୁ ନେବା ପାଇଁ ପ୍ରୟାସ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.