mobile header

ପୁଅ ପାଖକୁ ଆସିଥିଲେ ୨ଜଣ ଥ୍ରୀ ଷ୍ଟାର ଅଧିକାରୀ

୨ଜଣ ଥ୍ରୀ ଷ୍ଟାର ପୋଲିସ ପୁଅ ପାଖକୁ ଆସିଥିଲେ । ତାଙ୍କୁ ବାଥ୍ ରୁମ୍ ଯିବାକୁ କହିଥିଲେ । ଏହି ସମୟରେ ଶବ୍ଦ ଶୁଭିଥିଲା ସେ ଆସିଲା ବେଳକୁ ତାଙ୍କ ପୁଅ ତଳେ ପଡ଼ିଥିବା କହିଛନ୍ତି ।

ତେବେ କିଏ ସେହି ଥ୍ରୀ ଷ୍ଟାର ୨ଜଣ ପୋଲିସ ଅଧିକାରୀ । ସେମାନେ କାହିଁକି ଦେବଙ୍କ ପାଖକୁ ଆସିଥିଲେ । ତାହା ଏବେ ଅସ୍ପଷ୍ଟ ହୋଇ ରହିଛି । ଘଟଣା ପରେ ପ୍ରଥମେ କୁହାଯାଇଥିଲା ସର୍ଭିସ ରିଭଲଭର ସଫା କରୁଥିବା ବେଳେ ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଏହା ପରେ ପୁଣି କୁହାଗଲା ଯେ ସେ ଆତ୍ମହତ୍ୟା କରିଛନ୍ତି । ଶେଷରେ ଗଞ୍ଜାମ ଏସପି ବ୍ରିଜେଶ ରୟ କହିିଥିଲେ କିଛି ଦିନ ହେଲା ଆଇଆଇସି ଦେବକୁମାର ମାନସିକ ଚାପରେ ଥିଲେ ।

ସୂଚନା ଅନୁସାରେ, ଶନିବାର ଦିନ ପୌର ନିର୍ବାଚନ ଭୋଟ ଗଣତି ଥିବାରୁ ଶୁକ୍ରବାର ମଧ୍ୟାହ୍ନ୧୨ଟାରେ ଏସ୍‌ପି ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଏ ସମ୍ପର୍କରେ ପୁଲିସ୍‌ ଅଧିକାରୀମାନଙ୍କ ଆଲୋଚନା କରିଥିଲେ । ଗାଙ୍ଗପୁର ଥାନାରେ ନିଜେ ଥାନାଧିକାରୀ ଶ୍ରୀ ଗମାଙ୍ଗ ଉପସ୍ଥିତ ଥିଲେ ଏବଂ ତାଙ୍କ ସହ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନାଧିକାରୀ ଧୀରେଶ ଦାସ, ଗାଙ୍ଗପୁର ଥାନାର ଜଣେ ଏସ୍‌ଆଇ ଶୁଭ୍ରଜିତ୍‌ ସାମନ୍ତରାୟ ଏହି କନଫରେନସିଂରେ ଯୋଗ ଦେଇଥିଲେ । ଏସ୍‌ଡିପିଓ ଓ ଅନ୍ୟମା‌ନେ ଥାନାରେ ଉପସ୍ଥିତ ଥିଲାବେଳେ ଥାନାଧିକାରୀ ଶ୍ରୀ ଗମାଙ୍ଗ ନିଜ ସରକାରୀ କ୍ବାର୍ଟର୍ସକୁ ଖାଇବାକୁ ଯାଇଥିଲେ ।

ଘରେ ତାଙ୍କ ମାଅଙ୍କ ସମେତ ରୋ‌ଷେୟା, ଅନ୍ୟ ଜଣେ କର୍ମଚାରୀ ଥିଲେ। ସେ କ୍ବାର୍ଟର୍ସରେ ଥିବା ସମୟରେ ଏସ୍‌ଡିପିଓ ଶ୍ରୀ ମିଶ୍ର, ଭଞ୍ଜନଗର ଆଇଆଇସି ଶ୍ରୀ ଦାସ ଓ ଏସ୍‌ଆଇ ଶ୍ରୀ ସାମନ୍ତରାୟ ମଧ୍ୟ ସେଠାରେ ପହଞ୍ଚିଥିଲେ। କିଛି ପ୍ରସଙ୍ଗରେ ଆଲୋଚନା ବେଳେ ସାମାନ୍ୟ ବିତର୍କ ମଧ୍ୟ ହୋଇଥିବା ସୂଚନା ମଳୁଛି । ସେମାନଙ୍କ ସହ ଶ୍ରୀ ଗମାଙ୍ଗ ପ୍ରଥମ କୋଠରିରେ କିଛି ସମୟ ଆଲୋଚନା କରିବା ପରେ ଅନ୍ୟ କୋଠରିକୁ ଯାଇଥିଲେ । ଏତିକି‌ବେଳେ ଗୁଳି ଶବ୍ଦ ଶୁଭିଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ସମସ୍ତେ ଦୌଡ଼ିଥିଲେ। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଥାନାଧିକାରୀ ଶ୍ରୀଗମାଙ୍ଗ ଛଟପଟ ହେଉଥିବା ବେଳେ ତୁରନ୍ତ ତାଙ୍କୁ ପୁଲିସ ଭ୍ୟାନ୍‌ରେ ନିକଟସ୍ଥ ଆସିକା ଡାକ୍ତଖାନାକୁ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.