mobile header

ଗଣେଶ୍ୱର ବରାଳ ହେଲେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଅଧ୍ୟକ୍ଷ ପଦ ପରେ ଶୁକ୍ରବାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲାରେ ବିଜେଡି ହାତେଇଛି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ। ଉପାଧକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବଡ଼ଚଣା ବ୍ଲକ ୧୭ ନମ୍ବର ଜିଲ୍ଲା ପରିଷଦ ଗଣେଶ୍ୱର ବରାଳ। ପୂର୍ବରୁ ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧକ୍ଷ ପଦ ବିଜେଡି ହାତେଇ ଥିବା ବେଳେ ଏବେ ଉପାଧକ୍ଷ ପଦ ମଧ୍ୟ ବିଜେଡି ହାତକୁ ଯାଇଛି। ଏ ନେଇ ବିଜେଡି କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ମନାଇଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ନବ ନିର୍ବାଚିତ ଉପାଧ୍ୟକ୍ଷ।

Leave A Reply

Your email address will not be published.