mobile header

ସମିତି ସଭ୍ୟ ସ୍ୱାମୀଙ୍କୁ ଗୁଳି କରି ହତ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି। ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପଲସର ବାଇକରେ ୨ ଦୁର୍ବୁତ୍ତ ଆସି ଅତି ନିକଟରୁ ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ରୁକ୍ତ ଜୁଡୁବୁଡୁ ବୋଲି ଗୁରୁତର ଆହତ ହୋଇଥିବା ଲୋକନାଥଙ୍କୁ ବେଲପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ନିଆଯାଇଥିଲା। ବେଲପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.