mobile header

ମରି ବି ଅମର-

ଅଙ୍ଗଦାନ ସବୁଠାରୁ ମହତ ଦାନ । ଏପରି ଏକ ମହତ ଦାନର ବାର୍ତ୍ତା ଦେଇ ମରି ବି ଅମର ହୋଇଯାଇଛନ୍ତି ପୂର୍ବତନ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ସାହୁ । ଭୁବନେଶ୍ୱର ଝାରପଡାରେ ତାଙ୍କର ଘର । ୭୮ ବର୍ଷ ବୟସରେ ହୃଦଘାତରେ ଶରତ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ସେ ତାଙ୍କର ଅଙ୍ଗଦାନ ପରି ମହତ୍‌ କାର୍ଯ୍ୟ କରିଥିଲେ । ମୃତ୍ୟୁର ଖବର ପାଇ ଭାରତ ଶରୀର ଓ ଅଙ୍ଗଦାନ ସମିତିର ସଦସ୍ୟମାନେ ପହଞ୍ଚିଥିଲେ । ତାଙ୍କ ଆଖିର ପିତୁଳାକୁ ଅନ୍ୟ ଦୃଷ୍ଟିହୀନଙ୍କୁ ଦୃଷ୍ଟି ଶକ୍ତି ଦେବା ପାଇଁ କାଢି ନିଆଯାଇଥିଲା । ଅନ୍ୟ ଦୃଷ୍ଟିହୀନ ଏବଂ ଦୃଷ୍ଟି ବାଧିତଙ୍କୁ ଏହା ଦୁନିଆଁର ଆଲୋକ ଦେଖାଇବାରେ ସହାୟକ ହେବ । ଦୃଷ୍ଟି ଶକ୍ତି ଫେରି ପାଇ ପାରିବେ ସେମାନେ । ପରେ ତାଙ୍କ ଶରୀରକୁ କିମସ୍‌ ହସ୍‌ପିଟାଲ୍‌କୁ ଦାନ କରାଯାଇଥିଲା । ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ରହି ଅଙ୍ଗଦାନର ସମସ୍ତ ପ୍ରକ୍ରିୟାକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ।

ନିଶ୍ଚୟ ଭାବେ ଶରତ ଚନ୍ଦ୍ର ସାହୁଙ୍କ ଏହି ମହତ୍‌ ଦାନ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ମୃତ୍ୟୁ ପରେ ମଧ୍ୟ ଅନେକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି ସ୍ୱର୍ଗତ ଶରତ ଚନ୍ଦ୍ର ସାହୁ ।

Leave A Reply

Your email address will not be published.