mobile header

ବିଶ୍ୱ ନାଟକ ଦିବସ ଅବସରରେ ଆଲୋଚନା ଚକ୍ର ଓ କବିତା ପାଠୋସଚବ ।

ବିଶ୍ଵ ନାଟକ ଦିବସ ଅବସରରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ’ ଆନୁକୂଲ୍ୟରେ ନାଟକ ସମ୍ବନ୍ଧୀତ ଏକ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ରରେ ସ୍ଥାନୀୟ ଟାଉନ କ୍ଲବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦେଶକ ଯୋଗେଶ ଚନ୍ଦ୍ର ଦଳବେହେରା, ମାର୍କଣ୍ଡେଶ୍ଵର ଶତପଥ, ବରିଷ୍ଠ ନାଟ୍ୟ କଳାକାର ତଥା ଅନୁଷ୍ଠାନର ଉପଦେଷ୍ଟା ଦିଲୀପ ଗୁରୁ ଓ କବୟିତ୍ରୀ ପଦ୍ମିନୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବିଶ୍ବ ନାଟକ ଦିବସର ତାତ୍ପର୍ଯ୍ୟ ସହିତ ଆଧୁନିକ ନାଟକ ଏବଂ କବିତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆବାହକ ଚିତ୍ତ ରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥ୍‌ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଡାକ୍ତର ବିଳାସିନୀ ବିବେଦୀ, ପ୍ରଫୁଲ୍ଲ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ପ୍ରଧାନ, ରୁବି ଦାଶ, ଭ୍ରାତୃ କୁମାର ପ୍ରଫୁଲ୍ଲ ଓ ଯତୀନ୍ଦ୍ର ସାହୁ ପ୍ରମୁଖ ନାଟ୍ୟ ସମ୍ବନ୍ଧିତ ସୁରଚିତ କବିତା ପାଠ କରିଥିଲେ । ସେହିପରି ବରିଷ୍ଠ ମଞ୍ଚ କଳାକାର ମନୋଳ ପାଢୀ, ଡକ୍ଟର ଭାରତ ଭୂଷଣ ନନ୍ଦ ଓ ନିରଞ୍ଜନ ବିବେଦୀ ପ୍ରମୁଖ ନାଟ୍ୟ ସମ୍ବନ୍ଧରେ ନିଜ ନିଜର ମତ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଆୟୋଜକ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ’ ର ଉପ ସଭାପତି ପ୍ରକାଶ ଦେବତା, ମଙ୍ଗଳ ମହାକୁର, ଜନ୍ମଜୟ ନାୟକ, ରାକେଶ ଶତପଥୁ, ଶୁଭମ ଶେଖର ମହାଙ୍କୁର, ଶିବାଶିଷ ଝାଙ୍କର, ଅକ୍ଷାଂଶୁ ପୂଜାରୀ ଓ ହେମନ୍ତ କୁମାର ହସ୍ତୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଡ. ସନ୍ତୋଷ ଦେବତା, ପ୍ରଫୁଲ୍ଲ ନାୟକ, ପ୍ରଦୀପ ଅମାନ୍ତ ଟୁକୁ ନନ୍ଦ ଓ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.