mobile header

ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀରମେଶଙ୍କ ମେଲ୍‌କୁ ପରିଚାଳନା କରୁଥିଲେ

୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ମୁଖ୍ୟ ସହଯୋଗୀଙ୍କୁ କମିଶନରେଟ ପୁଲିସ କଟକ ତେଲେଙ୍ଗା ବସ୍ତିରୁ ରବିବାର ଗିରଫ କରିଛି । ସେ ହେଲେ ଭଦ୍ରକ ତିହିଡ଼ି ଥାନା ଅଞ୍ଚଳର ବିଶ୍ୱରଞ୍ଜନ ଦାସ । ତାଙ୍କ ନିକଟରୁ ପୁଲିସ ବିଭିନ୍ନ କାଗଜପତ୍ର ଓ ଗୁଗୁଲ୍ ଡ୍ରାଇଭରେ ଥିବା ପିଡିଏଫ୍ ଆଦି ଜବତ କରିଛି। ମହିଳା ଥାନା ପୁଲିସ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ କୋର୍ଟଚାଲାଣ କରିଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶ୍ୱରଞ୍ଜନ ୨୦୧୭ରୁ ନକଲି ଡାକ୍ତର ରମେଶଙ୍କ ମୁଖ୍ୟ ସହଯୋଗୀ ରହିଥିଲେ । ବିଶ୍ୱରଞ୍ଜନ ଲ୍ୟାବ ଟେକ୍ନିସିଆନ୍‌ରେ ଡିପ୍ଲୋମା କରିଛନ୍ତି । ସେ କେନ୍ଦ୍ର ସରକାରଙ୍କର ଜଣେ ଲିଆବିନିଙ୍ଗ୍ ଅଫିସର ବୋଲି ଦର୍ଶାଉଥିଲେ ।

ଡାକ୍ତର ରମେଶ ସ୍ୱାଇଁଙ୍କ ପାଇଁ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି ବୋଲି ଲୋକଙ୍କୁ କହୁଥିଲେ । ବିଶ୍ୱରଞ୍ଜନ ବୈଷୟିକ ଜ୍ଞାନରେ ନିପୁଣ ଥିବାରୁ ରମେଶ ନିଜର ପ୍ରତି କାର୍ଯ୍ୟରେ ତାଙ୍କ ଠାରୁ ସହଯୋଗ ଲୋଡ଼ୁଥିଲେ । ସେ ନକଲି ଡାକ୍ତର ରମେଶଙ୍କ ଘରେ ରହିବା ସହ ତାଙ୍କ ପାଇଁ ବିଭିନ୍ନ ନକଲି କାଗଜପତ୍ର ପ୍ରସ୍ତୁତ କରୁଥିଲେ । ତେବେ ଏହି ମାମଲାରେ ଅଧିକ ଖୋଳତାଡ଼ କଲାପରେ ବିଶ୍ୱରଞ୍ଜନଙ୍କ ସମ୍ପର୍କରେ ପୁଲିସ ତଥ୍ୟ ପାଇଥିଲା ।
ତେବେ ବିଶ୍ୱରଞ୍ଜନ ଏହି ଠକେଇ ମାମଲାରେ ରମେଶଙ୍କ ମୁଖ୍ୟ ସହଯୋଗୀ ବୋଲି ଜଣାପଡ଼ିବା ପରେ ପୁଲିସ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି । ଠକେଇର ଶିକାର ହେଉଥିବା ଲୋକଙ୍କୁ ସେ ଯୋଗାଯୋଗ କରିବା ସହ ରମେଶଙ୍କ ମେଲ୍‌କୁ ପରିଚାଳନା କରୁଥିଲେ

Leave A Reply

Your email address will not be published.