mobile header

୨୦ଟି ପଏଣ୍ଟରେ ମାନସ ସ୍ୱାଇଁ ହତ୍ୟା

ଫେବୃଆରୀ ୫: ଭୁବନେଶ୍ୱର ଦେଇ ଚାନ୍ଦବାଲି ଯାଇଥିଲେ ମାନସ
ଫେବୃଆରୀ ୬: ଚାନ୍ଦବାଲିରେ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ
ଫେବୃଆରୀ ୭: ଭୋର୍‌ ସମୟରେ ମାନସଙ୍କୁ ଅପହରଣ କରାଯାଇଥିଲା
ଶର୍ମିଷ୍ଠାଙ୍କ ସହ ୫ ଜଣ ମାନସଙ୍କୁ ଅପହରଣ କରିଥିଲେ
ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା
ମାନସଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା
ଫେବୃଆରୀ ୮: ନୟାଗଡ଼ ରଣପୁରରେ ମୃତଦେହ ପୋତିଥିଲେ
ମାର୍ଚ୍ଚ ୧୨: ମାନସଙ୍କ ମୃତଦେହ ନୟାଗଡ଼ ରଣପୁର ଗୋଡ଼ିପୋଖରୀରୁ ମିଳିଥିଲା
ମାର୍ଚ୍ଚ ୧୪: ମାନସଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ଏତଲା
ମାର୍ଚ୍ଚ ୧୮: ରହସ୍ୟଜନକ ମେମୋରି ଚିପ୍‌କୁ ନେଇ ପୋଲିସ ତଦନ୍ତର ଗତିବିଧି।
ମାର୍ଚ୍ଚ ୨୦: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କଲେ ମାଆ ଯମୁନା ସ୍ୱାଇଁ। ଏକମାତ୍ର ରୋଜଗାରିଆ ପୁଅ ଯିବା ପରେ ଆମେ ବଞ୍ଚିବୁ କେମିତି ? ଆମେ ଆପଣଙ୍କୁ ଭୋଟ୍ ଦେଇଛୁ, ଆପଣ ଆମକୁ ନ୍ୟାୟ ଦିଅନ୍ତୁ ବୋଲି କହିଲେ।
ମାର୍ଚ୍ଚ ୨୧: ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଲା। ଗିରଫ କରାଗଲା।
ମାର୍ଚ୍ଚ ୨୨: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱରଙ୍କୁ ଧରିଲା ପୋଲିସ
ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଲା
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ ହେଲା । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ ହେଲା।
ମାର୍ଚ୍ଚ ୨୩: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ମିଳିଲା ଶର୍ମିଷ୍ଠାଙ୍କ କାର୍‌।
ନିଜ କାର୍‌ରେ ନିଜେ ଡ୍ରାଇଭ୍‌ କରି ମାନସଙ୍କ ଶବ ନେଇଥିଲେ ଶର୍ମିଷ୍ଠା
ମାର୍ଚ୍ଚ ୨୫ : ସାମ୍ନାକୁ ଆସିଲା ଘଟଣାକୁ ଶର୍ମିଷ୍ଠାଙ୍କ ମାଆଙ୍କ ପ୍ରତିକ୍ରିୟା। କହିଲେ ସେଇ ନିରଞ୍ଜନ ବୁଢା ସବୁ ନାଟର ଗୋବର୍ଦ୍ଧନ।
ମାର୍ଚ୍ଚ ୨୮: ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ୍‌ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି।

Leave A Reply

Your email address will not be published.