mobile header

ଗାଈ ସହ ଦୁଷ୍କର୍ମ

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆଲମ ଅନସାରୀ ନାମକ ଜଣେ ବ୍ୟକ୍ତି ଗାଈ ସହ ବଳାକ୍ରାର କରୁଥିବା ଧରାପଡିଛି । ଲୋକମାନେ ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ, ଆଲମ ଅନସାରୀ ଝାଡ଼ଖଣ୍ଡର ହାଜରିବାଗର ବାସିନ୍ଦା । ସେ ଚମୋଲିରେ ଜେସିବି ମେସିନ୍ ଚଲେଇବା କାମ କରନ୍ତି । ଏହି ଘଟଣା ମାର୍ଚ୍ଚରେ ୨୫ରେ ହୋଇଥିବା ଜଣାପଡିଛି ।
ଅଭିଯୁକ୍ତ ଜଣକ ପିପାଲକୋଟୀରେ ନିର୍ମାଣଧୀନ ବିଷ୍ଣୁଗଡ଼-ପିପଲକୋଟି ଜଳ ବିଦ୍ୟୁତରେ କାମ କରନ୍ତି । ସ୍ଥାନୀୟ ହିନ୍ଦୁ ସଙ୍ଗଠନଗୁଡ଼ିକ ଆଲାମ ଅନସାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଆଲମ ଅନସାରୀଙ୍କ ବୟସ ପ୍ରାୟ ୩୨ ବର୍ଷ । ସେ ପ୍ରାୟ ୮ ବର୍ଷ ଧରି ଚାମୋଲିରେ ରହୁଥିଲେ । ଏହି ଘଟଣା ଜିଲ୍ଲାର ପିପାଲକୋଟି ଗ୍ରାମରେ ଘଟିଛି । ଗାଈ ସହ ବଳତ୍କାର କରୁଥିବା ସର୍ବପ୍ରଥମେ ତାଙ୍କ ସହ କାମ କରୁଥିବା ଲଲିତ ମୋହନ ଦେଖିଥିଲେ । ଲଲିତ ମୋହନଙ୍କ ଅଭିଯୋଗ ଭିତ୍ତିରେ ଆଇପିସିର ଧାରା ୩୭୭, ୫୧୧ ଏବଂ କଶୁ କ୍ରୁରତା ଆକ୍ଟ ୧୯୬୦ ର ଧାରା ୧୧ (୩) ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply

Your email address will not be published.