mobile header

ସାଂସଦଙ୍କୁ ସଂସଦରେ ଗୁରୁମନ୍ତ୍ର ଦେଲେ ନବୀନ

ଓଡ଼ିଶାର ସ୍ବାର୍ଥ ପାଇଁ ୩ ଦିନଆ ଦିଲ୍ଲୀଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସ୍ବାର୍ଥ ସମ୍ବଳିତ କିଛି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତାହା ସହ ଆଜି ମୁଖ୍ୟମନ୍ତ୍ରୀ ସଂସଦରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ସଂସଦର ବିଜେଡି କାର୍ଯ୍ୟାଳୟରେ ବିଜେଡି ସାଂସଦଙ୍କ ସହ ଓଡ଼ିଶାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ।

ବିଜେଡି ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ରାଜ୍ୟର ସମସ୍ତ ସ୍ବାର୍ଥ ପ୍ରତି ଧ୍ୟାନ ଦେବାକୁ ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ସୂଚନା ମୁତାବକ ଆଜି କେନ୍ଦ୍ରମନ୍ଦ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ନବୀନ ରାଜ୍ୟରୁ ଉଷୁନା ଚାଉଳ ଉଠାଣ, କୋଇଲା ରାଜସ୍ବ ବୃଦ୍ଧି ଉପରେ ଆଲୋଚନା କରିବେ ବୋଲି କୁହାଯାଉଛି ।

ତାହାସହ ବକେୟା ଥିବା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.