mobile header

ମହୁଲ ଗୋଟାଇବା ବେଳେ ମହିଳା ଙ୍କୁ ଦଳିଦେଲା ହାତୀ ।

ଦେବଗଡ଼ ୨୯/୩::::::: ମହୁଲ ଗୋଟାଇବା ବେଳେ ଜଣେ ମହିଳାଙ୍କୁ ଦଳିଦେଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୁଆଁ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଅଘଟଣ। ଆଜି ସକାଳୁ ପ୍ରମିଳା ପଧାନ(୪୦) ଗ୍ରାମ ନିକଟସ୍ଥ ଏକ ମହୁଲ ଗଛ ତଳେ ମହୁଲ ଫୁଲ ଗୋଟାଉଥିବା ବେଳେ ହାତୀଟି ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ଯୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.